
ଭୁବନେଶ୍ୱର: ଆଜି ବହୁଜନ ସମାଜ ପାର୍ଟି (ବିଏସ୍ପି)ରେ ସାମିଲ ହୋଇଛନ୍ତି କୋରାପୁଟର ପୂର୍ବତନ ସାଂସଦ କୃଷ୍ଣଚନ୍ଦ୍ର ସଗରିଆ। ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ବିଏସ୍ପିର ରାଜ୍ୟ ପ୍ରଭାରୀ ଧରମବୀର ସିଂହ ଉପସ୍ଥିତ ଥିଲେ।
ବିଏସ୍ପିରେ ମିଶିବା ପରେ ସଗରିଆ ନବୀନଙ୍କ ବିରୋଧରେ ଆଗାମୀ ନିର୍ବାଚନରେ ମଇଦାନକୁ ଓହ୍ଲାଇବାକୁ ଚାହୁଁଛନ୍ତି। ସେ କହିଛନ୍ତି, “ମାୟାବତୀ ଚାହିଁଲେ ମୁଁ ନବୀନଙ୍କ ସହ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି।”
ଅନ୍ୟପକ୍ଷରେ ବିଏସ୍ପି ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବ ଓ ମାୟାବତୀ ପ୍ରଚାର ପାଇଁ ଆସିବେ ବୋଲି ଧରମବୀର କହିଛନ୍ତି।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ ସଗରିଆ। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା। ଦଳରୁ ବହିଷ୍କୃତ ପୂର୍ବରୁ ସେ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ହୋଇଥିବା ଦର୍ଶାଇ ନୈତିକତା ଦୃଷ୍ଟିରୁ ବିଧାୟକ ପଦ ଛାଡ଼ିଥିଲେ।
from Odisha Reporter http://bit.ly/2Gl3ee8
No comments:
Post a Comment