ଡଙ୍କାରୀ ପାହାଡ଼ ଲୁଟ୍ : ବିଜେଡି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଡଙ୍କାରୀ ପାହାଡ଼ ଲୁଟ୍ : ବିଜେଡି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁରର ଡଙ୍କାରୀ ପାହାଡ଼ ଲୁଟ୍ ଘଟଣାରେ ସମ୍ପୃକ୍ତ ଖଣି ମାଫିଆ, ସରକାରୀ ଅଧିକାରୀ, ବିଜେଡି ନେତା ଓ ସ୍ଥାନୀୟ ବିଧାୟକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସିଭିଲ ସୋସାଇଟି ଦାବି କରିଛି।

ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ନେତୃତ୍ୱରେ ସିଭିଲ ସୋସାଇଟିର ୫ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ଧର୍ମଶାଳା ବ୍ଲକର ଡଙ୍କାରୀ ପାହାଡ଼ ଲୁଟ୍ ଯୋଗୁ କ୍ଷତି ହୋଇଥିବା ୧୦ହଜାର କୋଟି ଟଙ୍କାକୁ ଏହି ଅଭିଯୁକ୍ତମାନଙ୍କଠୁ ଆଦାୟ କରିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ସିଭିଲ ସୋସାଇଟିର ପ୍ରତିନିଧିମାନେ ଆଜି ରାଜ୍ୟପାଳଙ୍କୁ ଭେଟିବା ସହ ଏକ ସ୍ମାରକପତ୍ର ପ୍ରଦାନ କରି ଏହି ମେଗା ଖଣି ଲୁଟରେ ସାମିଲ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ ଏହି ଖଣି ଲୁଟର ମାଷ୍ଟରମାଇଣ୍ଡ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଅନ୍ୟ ବିଜେଡି ନେତାମାନଙ୍କଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଗତ ୧୫ବର୍ଷ ମଧ୍ୟରେ ଏହି ଡଙ୍କାରୀ ପାହାଡ଼ରୁ ୧୫ହଜାର କୋଟି ଟଙ୍କାର ଖଣିଜ ପଥର ଚୋରି ହୋଇଛି। ଏହି ବେଆଇନ ଖନନ ଯୋଗୁ ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ତେବେ ଏନେଇ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ବାରମ୍ବାର ଅଭିଯୋଗ ସତ୍ତ୍ୱେ ଯାଜପୁର ଜିଲ୍ଲାର ଶାସକ ଦଳର ପ୍ରଭାବଶାଳୀ ବିଧାୟକମାନେ ଏହି ପାହାଡ଼ ଲୁଟ୍ କରି ଦଳୀୟ ପାଣ୍ଠି ସଂଗ୍ରହ କରିବାରେ ଲାଗିଛନ୍ତି।

ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏହି ପାହାଡ଼ ଲୁଟ ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର କୌଣସି ଅଭିଯୁକ୍ତଙ୍କ ବିରୋଧରେ ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଓଲଟା ସେମାନଙ୍କୁ ସୁପ୍ରିମକୋର୍ଟରେ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ ସୁଯୋଗ ଦିଆଯାଇଛି। ଏଥିରୁ ରାଜ୍ୟ ସରକାର ସେମାନଙ୍କୁ କିଭଳି ସୁରକ୍ଷା ଦେଉଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିଛି ବୋଲି ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଅବଗତ କରିଛନ୍ତି।

ରାଜ୍ୟପାଳଙ୍କୁ ସାକ୍ଷାତ କରିବାକୁ ଯାଇଥିବା ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରବି ଦାସ, ସାମାଜିକ କର୍ମୀ ପ୍ରଦୀପ ପ୍ରଧାନ, ସୁଧୀର ମହାନ୍ତି ଓ ସଂଯୁକ୍ତା ପାଣିଗ୍ରାହୀ ସାମିଲ ଥିଲେ। ପରେ ଏହି ପ୍ରତିନିଧି ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟପାଳଙ୍କୁ ଦେଇଥିବା ସ୍ମାରକପତ୍ର ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି।



from Odisha Reporter https://ift.tt/2UgSD88

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages