
ଲାହୋର: ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ବିଶ୍ୱସ୍ତରରେ ବଢ଼ୁଥିବା ଚାପ ଓ ଭାରତ ପକ୍ଷରୁ ଆକ୍ରମଣ ହେବା ଆଶଙ୍କାରେ ପାକିସ୍ତାନ ଡରି ଯାଇଛି। ଏପରି ସ୍ଥିତିରେ ଯଦି ଭାରତ ଆକ୍ରମଣ କରେ ତେବେ ଯୁଦ୍ଧ କରିବାକୁ ପାକିସ୍ତାନ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି।
ପାକିସ୍ତାନ ପ୍ରଧାନମନ୍ତ୍ରି ଇମାର ଖାନ୍ ଗୁରୁବାର ନ୍ୟାସନାଲ ସିକ୍ୟୁରିଟି କମିଟି ସହ ଆଲୋଚନା କରିବା ସହ ଭାରତ ପକ୍ଷରୁ ଆକ୍ରମଣ ହେଲେ ଜବାବ ଦେବା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।
କେବଳ ସେତିକି ନୁହେଁ, ପାକିସ୍ତାନ ଏତେ ଡରି ଯାଇଛି ଯେ, ପାକ୍ ଅଧିକୃତ କାଶ୍ମିରୀ (ପିଓକେ) ଓ ଏଲ୍ଓସିର ଆଖପାଖରେ ଗାଁ ଲୋକଙ୍କୁ ସତର୍କ ରହିବାକୁ କହିଛି। ଏଥିପାଇଁ ପାକ୍ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଗୁରୁବାର ପିଓକେ ପ୍ରଶାସନ ଏଲ୍ଓସିକୁ ଲାଗିଥିବା ନୀଲମ, ଝୋଲମ, ରାୱଲକୋଟ, ହୱେଲି, କୋଟଲୀ ଓ ଭିମ୍ବର ଅଞ୍ଚଳର ଲୋକଙ୍କ ପାଇଁ ଆଡଭାଇଜରୀ ଜାରି କରି ସତର୍କ ରହିବାକୁ କହିଛି। ଏହାସହ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଓ ଏକାଠି ଦଳବଦ୍ଧ ହୋଇ ନରହିବାକୁ ପରାମଶ୍ର ଦିଆଯାଇଛି। ଅତି ଆବଶ୍ୟକ ନଥିଲେ ଏଲ୍ଓସି ପାଖକୁ ଯିବାକୁ ବାରଣ କରାଯିବା ସହ ରାତିରେ ଯଥା ସମ୍ଭବ କମ ଟାଟ୍ ଜଳାବାକୁ କୁହାଯାଇଛି। ଏହାସହ ଗାଁରେ ଜୁରନ୍ତ ବଙ୍କର ନିର୍ମାଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ପୁଲୱାମା ଆକ୍ରମଣ ପରେ ପିଓକେ ପ୍ରଶାସନ ସ୍ଥାନୀୟ ହସ୍ପିଟାଲଗୁଡିକୁ ନୋଟିସ୍ ଜାରି କରିଥିଲା। ଏଥିରେ କୁହାଯାଇଥିଲା, ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ମେଡିକାଲ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ରୁହ।
from Odisha Reporter https://ift.tt/2ItcuQ4
No comments:
Post a Comment