
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାନ୍ଧି ଇନ୍ଷ୍ଟିଚ୍ୟୁଟ୍ ଫର୍ ଟେକ୍ନଲୋଜି (ଗିଫ୍ଟ) ଏହାର ୧୧ତମ Techfest ଆୟୋଜନ କରିଥିଲା। “Festronix-2k19” ନାମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନରୁ ୩୮ଟି ବିଭାଗର ପାଖାପାଖି ୨,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗନେଇଥିଲେ।
ଉତ୍ସବରେ ଆଇଟି ଷ୍ଟାଟ୍ ଅଫ୍ ଓଡ଼ିଶାର ସିଇଓ ଶ୍ରୀ ପ୍ରଣବ ଜ୍ୟୋତି ନାଥ ମୁଖ୍ୟ ଅତିଥି, ଷ୍ଟାଟ୍ ଅଫ୍ ଓଡ଼ିଶାର ପ୍ରଶାନ୍ତ ବିଶ୍ୱାଳ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହ ଅନୁଷ୍ଠାନର ଭାଇସ୍ ଚେୟାରମ୍ୟାନ ଇଂ ପତିତପାବନ ପଣ୍ଡା, ଅଧ୍ୟକ୍ଷ ଡଃ. ଏସ୍ କ୍ରିଷ୍ଣ ମୋହନ ରାଓ, ଉପାଧ୍ୟକ୍ଷ ଡଃ. ଆଲୋକ କୁମାର ମହାପାତ୍ର, ଡିନ୍ ଡ଼ଃ. ପି.କେ ସୁବୁଦ୍ଧି, ଡିନ୍ ଆଡ୍ମିନ କଣ୍ଣେର୍ଲ ଏମ୍.କେ. ରାଉତ, ଓ ରେଜିଷ୍ଟ୍ରାର୍ ବିବେକ ଶର୍ମା ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରତିଯୋଗୀଙ୍କୁ ସ୍ୱାଗତ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମକୁ ଆବାହକ ପ୍ରଫେସର ଗୋପିନାଥ ସେନ୍ ଗୁପ୍ତାଙ୍କ ନେତୃତ୍ୱରେ ହୋଇଥିଲା। ପ୍ର. ମୀନତି ପ୍ରଧାନ ଓ ପ୍ର. ହନି ମିଶ୍ର ପ୍ରମୁଖ ପରିଚାଳନା ଦାୟିତ୍ୱରେ ରହିଥିଲେ।
from Odisha Reporter https://ift.tt/2tvMzNr
No comments:
Post a Comment