
ଆବଶ୍ୟକ ସାମଗ୍ରୀ- ପାଳଙ୍ଗ ଶାଗ, ବ୍ରାଉନ୍ ବ୍ରେଡ୍, ଲହୁଣୀ, ରସୁଣ, ପିଆଜ, ସିଝା ମକା, କସ୍ତୁରୀ ମେଥି, ଲଙ୍କା ଗୁଣ୍ଡ, ମଇଦା, କ୍ଷୀର, ଚିଜ୍।
ପ୍ରସ୍ତତି ପ୍ରଣାଳୀ– ନନ୍ଷ୍ଟିକ୍ ପ୍ୟାନ୍ରେ ୧ ଚାମଚରୁ ଅଧିକ ଲହୁଣୀ ପକାଇ ଗରମ କରନ୍ତୁ। ଏଥିରେ ରସୁଣ ଓ ପିଆଜ ପକାଇ ଗୋଳାନ୍ତୁ। ୨ରୁ ୩ ମିନିଟ୍ ପରେ ଏଥିରେ କଟା ପାଳଙ୍ଗ ଶାଗ ପକାଇ କିଛି ସମୟ ଗୋଳାନ୍ତୁ। ଏହି ମିଶ୍ରଣରେ ସିଝା ମକା, କସ୍ତୁରୀ ମେଥି, ଲଙ୍କା ଗୁଣ୍ଡ ଏବଂ ଲୁଣ ପକାଇ ଗୋଳାନ୍ତୁ। ୨ ମିନିଟ୍ ପରେ ଏଥିରେ ମଇଦା ପକାନ୍ତୁ। ଏବେ ଏଥିରେ କ୍ଷୀର ପକାଇ କିଛି ସମୟ ଛାଡ଼ି ଦିଅନ୍ତୁ। କ୍ଷୀର ଅଳ୍ପ ବହଳା ହୋଇଗଲା ପରେ କୋରା ହୋଇ ରହିଥିବା ଚିଜ୍ ପକାଇ କିଛି ସମୟ ଏପଟ ସେପଟ କରନ୍ତୁ। ମିଶ୍ରଣ ବହଳା ହେବା ପର୍ଯ୍ୟନ୍ତ ଏହାକୁ ରାନ୍ଧନ୍ତୁ।
ଏବେ ବ୍ରେଡ୍ର ୪ ପାଖ କାଟି ଦିଅନ୍ତୁ। ବ୍ରେଡ୍ ଉପରି ଭାଗରେ ଲହୁଣୀ ଲଗାଇ ନନ୍ଷ୍ଟିକ୍ ତାୱାରେ ରଖନ୍ତୁ। ମନେ ରଖନ୍ତୁ ଲହୁଣୀ ଲାଗିଥିବା ଭାଗ ଯେମିତି ତଳେ ରହିବ। ଏବେ ବ୍ରେଡ୍ ଉପରେ ପାଳଙ୍ଗ ଓ ମକାରେ ପ୍ରସ୍ତୁତ ମିଶ୍ରଣ ରଖନ୍ତୁ। ଏହା ଉପରେ କିଛି ଗ୍ରେଟେଡ୍ ଚିଜ୍ ମଧ୍ୟ ରଖିପାରିବେ। ଏବେ ଏହା ଉପରେ ଅନ୍ୟ ଏକ ବ୍ରେଡ୍ ଖଣ୍ଡ ରଖି ଉପରି ଭାଗରେ ଲହୁଣୀ ଲଗାନ୍ତୁ। ଗୋଲ୍ଡେନ୍ ବ୍ରାଉନ୍ ହୋଇଗଲା ପରେ ଏହାକୁ ଓଲଟାନ୍ତୁ। ଦୁଇ ପଟ ଗୋଲ୍ଡେନ୍ ବ୍ରାଉନ୍ ହୋଇଗଲା ପରେ ବାହାରକୁ ବାହାର କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାଳଙ୍ଗ କର୍ଣ୍ଣ ଚିଜ୍ ସ୍ୟାଣ୍ଡୱିଚ୍। ସସ୍ ସହିତ ଗରମା ଗରମ ଖାଆନ୍ତୁ ଓ ପିଲାଙ୍କୁ ଖୁଆନ୍ତୁ।
from Odisha Reporter https://ift.tt/2Es2T8k
No comments:
Post a Comment