
ଆବଶ୍ୟକ ସାମଗ୍ରୀ- ସିଝା କଳା ଚଣା, ସୁଜି, କଞ୍ଚା ଲଙ୍କା, ଦହି, ଧନିଆ ପତ୍ର, ଭଜା ଜିରା, ବଟା ଅଦା, ଛାଣିବା ପାଇଁ ତେଲ ଓ ସ୍ୱାଦଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ– ପ୍ରଥମେ ସିଝା କଳା ଚଣା, କଞ୍ଚା ଲଙ୍କା, ଧନିଆ ପତ୍ର, ଅଦା, ଲୁଣ ଏବଂ ଦହି ଗ୍ରାଇଣ୍ଡିଂ କରି ନିଅନ୍ତୁ। ଏହାକୁ ଏକ ପାତ୍ରକୁ ବାହାର କରନ୍ତୁ। ଦରକାର ହେଲେ ପାଣି ଦେଇ ପାରିବେ।
ଅନ୍ୟ ଏକ ପାତ୍ରରେ ସୁଜି, ଅଦା ଏବଂ ଭଜା ଜିରା ଏକାଠି ମିଶାନ୍ତୁ। ଏବେ ଏଥିରେ କଳା ଚଣା ମିଶ୍ରଣକୁ ପକାଇ ଭଲ ଭାବେ ମିଶାନ୍ତୁ। ମିଶ୍ରଣକୁ ଏଭଳି ବହଳ ରଖନ୍ତୁ, ଯାହାକୁ ଆପଣ କଟ୍ଲେଟ୍ ଆକାର ଦେଇପାରିବେ। ମିଶ୍ରଣକୁ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଘୋଡ଼ାଇ ରଖନ୍ତୁ। ଏମିତି କରିବା ଦ୍ୱାରା ସୁଜି ଭଲ ଭାବେ ଫୁଲିବ। ଏବେ ଏଥିରେ କଟା ଧନିଆ ପତ୍ର ମିଶାନ୍ତୁ। ଏଥିରେ ଛୋଟ ଛୋଟ କଟ୍ଲେଟ୍ ପ୍ରସ୍ତୁତ କରନ୍ତୁ।
ଗ୍ୟାସ୍ରେ କଡ଼ାଇ ରଖି ତେଲ ଗରମ କରନ୍ତୁ। ତେଲ ଭଲ ଭାବେ ଗରମ ହୋଇଗଲା ପରେ କଟ୍ଲେଟ୍ଗୁଡ଼ିକ ପକାନ୍ତୁ। କଟ୍ଲେଟ୍ ହଳଦିଆ ପଡିବା ପର୍ଯ୍ୟନ୍ତ ଛାଣନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଗରମା ଗରମ ସ୍ୱାଦିଷ୍ଟ ସୁଜି ଓ କଳା ଚଣା କଟ୍ଲେଟ୍। ସନ୍ଧ୍ୟା ସ୍ନାକ୍ସରେ ଟମାଟୋ ସସ୍ କିମ୍ବା ତେନ୍ତୁଳି ଚଟଣୀ ସହିତ ଏହାକୁ ଖାଆନ୍ତୁ ଓ ଖୁଆନ୍ତୁ।
from Odisha Reporter http://bit.ly/2G5vgLs
No comments:
Post a Comment