ପୁଣି ଶିଥିଳ ପଡ଼ିଗଲାକି ସିବିଆଇର ଚିଟ୍‌ଫଣ୍ଡ ତଦନ୍ତ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ପୁଣି ଶିଥିଳ ପଡ଼ିଗଲାକି ସିବିଆଇର ଚିଟ୍‌ଫଣ୍ଡ ତଦନ୍ତ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଶିଥିଳ ପଡ଼ିଗଲାକି ସିବିଆଇର ଚିଟ୍‌ଫଣ୍ଡ ତଦନ୍ତ? କାରଣ ଗତକିଛି ଦିନ ତଳେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କ ଆଡ଼କୁ ବଢୁଥିବା ସିବିଆଇର ପାଦରେ ସତେ ଯେମିତି କିଏ ବ୍ରେକ୍ ଲଗାଇ ଦେଇଛି। ଠିକ୍‌ ସେମିତି ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କ ଆଡ଼କୁ ବଢୁଥିବା ପୁଲିସ ମଧ୍ୟ ଚୁପ୍‌ ହୋଇଯାଇଛି। ଯାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

ଫେବୃଆରୀ ୭ ଓ ୯ ତାରିଖରେ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର ଛତ୍ରପୁର ପୁଲିସ ପାଖରେ ହାଜର ହେବା କଥା। ହେଲେ ଦେହ ଖରାପ ଦର୍ଶାଇ ମାସେ ସମୟ ନେଲେ ଓ ଆଗୁଆ ଜାମିନ ପାଇଁ ହାଇକୋର୍ଟ ଯିବା ପରେ ପୁଲିସ ପୂରା ଚୁପ ରହିଛି। ଏହାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ରାଜନୈତିକ ହଟଚମଟ ଏବେ ପୁଣି ଥଣ୍ଡା ପଡ଼ିଯାଇଛି।

ଏଠି ପ୍ରଶ୍ନ ଉଠୁଛି, ସିବିଆଇ ଓ ପୁଲିସ ଏକା ସମୟରେ ସକ୍ରିୟ ହେବା ଓ ପୁଣି ଶିଥିଳ ହେବା ପଛର କାରଣ କଣ? ଏଥିପାଇଁ ଆଇନ୍‌ଗତ ପ୍ରକ୍ରିୟା ଦାୟୀ ନା ରାଜନୈତିକ ସଲାସୁତରା?

କଂଗ୍ରେସ ଅଭିଯୋଗ କରିଛି ବିଜେପି- ବିଜେଡି ଭିତରେ ଥିବା ସଲାକୁସ୍ତିର ଏ ହେଉଛି ଫଳ। ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି-“ନବୀନ ପଟ୍ଟନାୟକ ଓ ପାଣ୍ଡିଆନ୍‌ଙ୍କ ଘରେ କାମ କରୁଥିବା ସରୋଜ ସାହୁଙ୍କ ବିରୋଧରେ ସିବିଆଇ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି? ସିବିଆଇ ପଞ୍ଝାରୁ ରକ୍ଷା ପାଇବା ପାଇଁ ଏମାନେ ତାଙ୍କ ସହିତ ସଲାସୁତୁରା କରୁଛନ୍ତି।”

କଂଗ୍ରେସର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉଭୟ ବିଜେଡି ଓ ବିଜେପି। ବିଜେଡି କହିଛି ସିବିଆଇ କାହିଁକି ଚୁପ୍‌ ବସିଛି ବୋଲି ବିଜେପି ଜବାବ ରଖୁ। ବିଜେପି ସରୋଜ ସାହୁ କଥା ଉଠାଇ ବିଜେଡିକୁ ଟାର୍ଗେଟ କରିଥିବା ବେଳେ ସିବିଆଇ ସହ ଦଳର କିଛି ସଂପର୍କ ନାହିଁ ବୋଲି କହିଛି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି-“ସିବିଆଇ ତତ୍ପର ହେଉଛି ଓ ପରେ ଶୋଇ ପଡ଼ୁଛି। ଏନେଇ ଆମେ ବାରମ୍ୱାର ପ୍ରଶ୍ନ କରୁଛୁ। ଏହାର ଉତ୍ତର ବିଜେପି ଦେଉ। ସିବିଆଇକୁ କିଏ ହାତ ବାରିସି କରିଛି ଓ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛି, ତାହା ଜଳଜଳ ହୋଇ ଦିଶୁଛି।”

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି-“ସିବିଆଇ ସହିତ ଆମର କିଛି ସମ୍ପର୍କ ନାହିଁ। ମୁଖ୍ୟମନ୍ତ୍ରୀ ଘରେ ଥିବା ସରୋଜ ସାହୁଙ୍କୁ ସିବିଆଇ ଜେରା କରିସାରିଛି। ସେଥିପାଇଁ ଆମେ ବାରମ୍ୱାର ପଚାରୁଛୁ, ସରୋଜ ସାହୁ କିଏ? ତାଙ୍କୁ କାହିଁକି ଜେରା କରାଯାଇଛି।”

ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶରେ ୪ ବର୍ଷରୁ ଅଧିକ ସମୟ ଧରି ସିବିଆଇ ରାଜ୍ୟର ଚିଟ୍‌ଫଣ୍ଡ୍‌ ଦର୍ନୀତିର ତଦନ୍ତ କରୁଛି। ହେଲେ ଦୁଇ ଦଳର ରାଜନୈତିକ ଲଢ଼େଇ ଭିତରେ ତଦନ୍ତକାରୀ ସଂସ୍ଥା ମୋହରା ସାଜୁଥିବା ନେଇ ଅଭିଯୋଗ ହେଉଥିବା ବେଳେ ଜମାକାରୀଙ୍କ ଭାଗ୍ୟ କିନ୍ତୁ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।



from Odisha Reporter http://bit.ly/2WYlpfF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages