
ନୂଆଦିଲ୍ଲୀ: ଆସାମର ଗୌହାଟୀଠାରେ ଚାଲିଥିବା ୮୩ତମ ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିୟନ ସାଇନା ନେହ୍ୱାଲଙ୍କ ସହିତ ପାରୁପଲ୍ଲୀ କଶ୍ୟପ ଓ ସୌରଭ ବର୍ମା ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି।
ସାଇନା କ୍ୱାର୍ଟର ଫାଇନାଲ୍ରେ ନେହା ପଣ୍ଡିତଙ୍କୁ ୨୧-୧୦ ଓ ୨୧-୧୦ରେ ହରାଇ ସେମିରେ ପ୍ରବେଶ କରିଛନ୍ତି। କଶ୍ୟପ ପ୍ରତିପକ୍ଷ ବୋଧିତ ଯୋଶୀଙ୍କୁ ୨୧-୧୮ ଓ ୨୧-୧୬ରେ ପରାସ୍ତ କରି ସେମିରେ ପହଞ୍ଚି ଯାଇଛନ୍ତି।
ତେବେ କ୍ୱାର୍ଟର ଫାଇନାଲ୍ରେ ଏକ ରୋମାଞ୍ଚକର ମ୍ୟାଚ୍ରେ ସୌରଭ ବାଜିମାତ କରିଛନ୍ତି। କ୍ୱାର୍ଟର ଫାଇନାଲ୍ରେ ସୌରଭଙ୍କ ମୁକାବିଲା ସାଇ ପ୍ରଣୀତଙ୍କ ସହ ହୋଇଥିଲା। ଏହି ମ୍ୟାଚ୍ରେ ଉଭୟ ଖେଳାଳି ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ।
ପ୍ରଥମେ ସେଟ୍କୁ ସୌରଭ ୨୧-୧୧ରେ ଜିତି ନେଇଥିଲେ। କିନ୍ତୁ ଦ୍ୱିତୀୟ ସେଟ୍କୁ ପ୍ରଣୀତ ୨୩-୨୧ରେ କବଜା କରି କମ୍ବ୍ୟାକ୍ କରିଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟ୍କୁ ସୌରଭ ୨୧-୧୮ରେ ଜିତି ସେମି ଫାଇନାଲ୍ରେ ପ୍ରବେଶ କରିଥିଲେ।
from Odisha Reporter http://bit.ly/2N5NHAg
No comments:
Post a Comment