
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯିବେ। ସେଠାରେ ସେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ ଏହି ଅବସରରେ ବିଜେଡିରେ ମିଶିବେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେବେ ବୋଲି ଜଣାପଡ଼ିଛି। ଏନେଇ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।
କିଛିଦିନ ତଳେ କଂଗ୍ରେସ ଛାଡ଼ିଥିଲେ ଯୋଗେଶ। ୨ ତାରିଖରେ ଯୋଗେଶ ପ୍ରସଙ୍ଗରେ ବିଜେଡି କର୍ମୀଙ୍କୁ ମନାଇବା ଲାଗି ସୁନ୍ଦରଗଡ଼ ବିଜେଡି ନେତ୍ରୀ କୁସୁମ ଟେଟେଙ୍କ ଘରେ ଏକ ବୈଠକ ବସିଥିଲା। ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓ ପ୍ରଶାନ୍ତ ନନ୍ଦ ଏହି ବୈଠକରେ ଯୋଗ ଦେଇଥିଲେ। ହେଲେ ବୈଠକରେ କୌଣସି ସୁଫଳ ବାହାରି ପାରି ନଥିଲା।
ଏନେଇ ବିଜେଡି ମୁଖପାତ୍ର ପୁଷ୍ପେନ୍ଦ୍ର ସିଂଦେଓ କହିଛନ୍ତି,“ଯଦି କୌଣସି ଅସୁବିଧା ଥାଏ ତାହେଲେ ତାହା ନିଜ ଭିତରେ ସମାଧାନ କରାଯିବ।”
from Odisha Reporter http://bit.ly/2SgDnv9
No comments:
Post a Comment