
କିନ୍ନାଉର୍: ହିମାଚଳପ୍ରଦେଶର କିନ୍ନାଉର୍ ଜିଲ୍ଲା ନମଗୟାରେ ଆଜି ଭୟଙ୍କର ବରଫ ସ୍ଖଳନ ହୋଇଛି। ବରଫ ସ୍ଖଳନ ଯୋଗୁ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। ତେବେ ଏଯାଏ ସେମାନଙ୍କର କୌଣସି ପତ୍ତା ମିଳିନାହିଁ।
ଇଣ୍ଡିଆ-ଚୀନ୍ ସୀମାନ୍ତ ଶିପକିଲା ସେକ୍ଟର ନିକଟ ଡୋଗ୍ରି ନାଲା ଅଞ୍ଚଳରେ ଏହି ବରଫ ସ୍ଖଳନ ହୋଇଛି। ବରଫ ସ୍ଖଳନ ଯୋଗୁ ଏହା ଏକ ପ୍ୟାଟ୍ରୋଲିଂ ପାର୍ଟି ଉପରେ ଏହା ପଡ଼ି ଯାଇଥିଲା। ଯବାନମାନେ ସୀମାନ୍ତର ଗୋଟିଏ ପୋଷ୍ଟରୁ ଅନ୍ୟ ପୋଷ୍ଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣାର ଘଟିଥିଲା।
ଏହି ଦୁର୍ଘଟଣା ପରେ ୬ ଜଣ ଯବାନ ବରଫ ଅତଡ଼ା ତଳେ ଫସି ଯାଇଥିଲେ। ଉଦ୍ଧାର କାର୍ଯ୍ୟରେ ତୁରନ୍ତ ଇଣ୍ଡୋ-ତିବ୍ବତ ପୁଲିସ୍ ଫୋର୍ସ ସହ ରାଜ୍ୟ ପୁଲିସ୍ ସାମିଲ ହୋଇଥିଲେ। ସେମାନେ ବରଫ ଗଦା ଭିତରୁ ଜଣେ ଯବାନଙ୍କୁ ଉଦ୍ଧାର କରି ହସ୍ପିଟାଲ୍ ନେଉଥିଲେ ହେଁ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଏବେ ବି ଉଦ୍ୟମ ଜାରି ରହିଛି। ଶେଷ ଖବର ସୁଦ୍ଧା ନିଖୋଜ ଯବାନମାନଙ୍କ କୌଣସି ପତ୍ତା ମିଳିନାହିଁ।
from Odisha Reporter https://ift.tt/2GCw7Dy
No comments:
Post a Comment