ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ୧,୦୩,୯୨୭ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ୧,୦୩,୯୨୭ କୋଟି

ନୂଆଦିଲ୍ଲୀ: ପ୍ରଥମଥର ପାଇଁ ବଜେଟ୍‌ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବ୍ୟୟ ଅଟକଳ ୧ ଲକ୍ଷ କୋଟିକୁ ଟପି ଯାଇଛି। ୨୦୧୯-୨୦ ଅନ୍ତରୀଣ ବଜେଟ୍‌ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାଇଁ ୧,୦୩,୯୨୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଗତବର୍ଷ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ମିଳିଥିବା ଅର୍ଥ ତୁଳନାରେ ଏହା ୧୦,୪୭୭ କୋଟି ଟଙ୍କା ଅଧିକ।

ପୁଲିସ୍‌ ଫୋର୍ସ ଆଧୁନିକୀକରଣ, ପୁଲିସ୍‌ ବାହିନୀର ଭିତ୍ତିଭୂମି ବିକାଶ, ସୀମାରେ ଭିତ୍ତିଭୂମି ବିକାଶ ଓ ମ୍ୟାନେଜମେଣ୍ଟ, ସୀମାନ୍ତ ନିକଟବର୍ତ୍ତୀ ଅଞ୍ଚଳର ବିକାଶ, ସ୍ୱାଧୀନତା ସଂଗ୍ରାମୀଙ୍କ ପେନସନ ଓ ଅନ୍ୟାନ୍ୟ ସୁବିଧା ଓ ମହିଳାଙ୍କ ସୁରକ୍ଷା ଏବଂ ସଶକ୍ତିକରଣ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ।



from Odisha Reporter http://bit.ly/2BeVlUa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages