କରନ୍‌ଙ୍କ ଶୋ’ରେ କରିନା ଓ ପ୍ରିୟଙ୍କା ଖୁଲାସା କଲେ ନିଜ ଲଭ୍‌ ପ୍ରପୋଜ୍‌ର କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

କରନ୍‌ଙ୍କ ଶୋ’ରେ କରିନା ଓ ପ୍ରିୟଙ୍କା ଖୁଲାସା କଲେ ନିଜ ଲଭ୍‌ ପ୍ରପୋଜ୍‌ର କଥା

ମୁମ୍ୱାଇ: କରନ୍ ଜୋହରଙ୍କ ବହୁ ଚର୍ଚ୍ଚିତ ଚାଟ୍‌ ଶୋ’ କଫି ଉଇଥ୍‌ କରନ୍‌ରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ କରିନା କପୁର୍‌ଙ୍କୁ ଏକାଠି ଦେଖିବାକୁ ମିଳିବ। କ୍ରିକେଟର୍‌ କେ.ଏଲ୍‌ ରାହୁଲ୍‌ ଓ ହାର୍ଦ୍ଦିକ୍‌ ପାଣ୍ଡ୍ୟା କରନ୍‌ଙ୍କ ଶୋ’କୁ ଆସି ବିବାଦୀୟ ହେବା ପରେ ଏହି ଶୋ’ଟି ଚର୍ଚ୍ଚାରେ ରହିଥିଲା।

ତେବେ ପ୍ରିୟଙ୍କା ଓ କରିନା ଶୋ’ର ଏହି ଏପିସୋଡ୍‌ରେ ମଜାମସ୍ତି କରୁଥିବାର ଦେଖିବାକୁ ମିଳିବ। ଶୋ’ର ଏକ ପ୍ରୋମୋ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଏଥିରେ ପ୍ରିୟଙ୍କା ଓ କରିନା ତାଙ୍କ ବ୍ୟକ୍ତିଗତ ଜୀବନ ଉପରେ କଥା ହେଉଥିବାର ଦେଖିବାକୁ ମିଳିଛି। ଏହି ଭିଡିଓରେ କରିନା ପ୍ରିୟଙ୍କାଙ୍କୁ କହୁଛନ୍ତି, “ହଲିଉଡ୍‌କୁ ଯିବା ପରେ ତମେ ମୂଳ ରୂପକୁ ଭୁଲିବା ଉଚିତ୍‌ ନୁହେଁ। ଯାହା ଭାଇରାଲ୍‌ ହେବାରେ ଲାଗିଛି।”

କରନ୍‌ ଜୋହର୍‌ ପ୍ରିୟଙ୍କାକୁ ଗୋଟିଏ ପ୍ରଶ୍ନରେ ପଚାରୁଛନ୍ତି, “ କହୁଛନ୍ତି ବରୁଣ୍‌ ଧାୱନ୍ କାହାକୁ ଡେଟ୍‌ କରୁଛନ୍ତି?  ଉତ୍ତରରେ ପ୍ରିୟଙ୍କା କହୁଛନ୍ତି ମତେ ଜଣାନାହିଁ । ଏହି କଥା ଶୁଣି କରିନା ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ କହୁଛନ୍ତି ସତରେ ତୁମକୁ ଜଣାନାହିଁ ବରୁଣ୍‌ ଧାୱନ୍ କାହାକୁ ଡେଟ୍‌ କରୁଛନ୍ତି? ପ୍ରିୟଙ୍କା ନା କହିବା ପରେ କରିନା ପ୍ରିୟଙ୍କାଙ୍କୁ ଉପଦେଶ ଦେଇ କହୁଛନ୍ତି, ନିଜର ମୂଳ ରୂପକୁ ଭୁଲ ନାହିଁ।“

କେବଳ ଏତିକି ନୁହେଁ କରନ୍‌ ଏହି ଶୋ’ରେ ପ୍ରିୟଙ୍କାଙ୍କୁ ଅନେକ ବ୍ୟକ୍ତିଗତ ପ୍ରଶ୍ନ କରିଥିଲେ। ଅନ୍ୟ ଏକ ପ୍ରଶ୍ନରେ କରନ୍‌ ପଚାରିଥିଲେ, ତୁମକୁ ସୈଫ୍‌ କେଉଁଠି ପ୍ରପୋଜ୍‌ କରିଥିଲେ। ଏହାର ଉତ୍ତରରେ କରିନା ଗ୍ରୀସ୍‌ ବୋଲି କୁହନ୍ତି। ଏହା ଶୁଣିବା ପରେ ପ୍ରିୟଙ୍କା ମଧ୍ୟ କୁହନ୍ତି ନିକ୍‌ ଜୋନସ୍‌ ତାଙ୍କୁ ମଧ୍ୟ ଗ୍ରୀସ୍‌ରେ ପ୍ରପୋଜ୍‌ କରିଥିଲେ। ଯାହାର ପ୍ରୋମୋ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି।

ତେବେ କରିନା ଓ ପ୍ରିୟଙ୍କା ଏକା ସଙ୍ଗରେ ଅନେକ ଫିଲ୍ମରେ ଅଭିନୟ କରି ସାରିଛନ୍ତି। ହଲିଉଡ୍‌ ଗାୟକ ନିକ୍‌ ଜୋନସ୍‌ଙ୍କୁ ବିବାହ କରିବା ପରେ ପ୍ରିୟଙ୍କା ହଲିଉଡ୍‌ ଫିଲ୍ମରେ ସକ୍ରିୟ ଥିବା ଦେଖାଯାଉଛି।



from Odisha Reporter http://bit.ly/2TX5AUv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages