
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅଭିନେତା ତଥା ରାଜନେତା ମିହିର୍ ଦାସଙ୍କ ଜନ୍ମଦିନ। ୫୨ବର୍ଷରେ ପାଦ ଦେଇଛନ୍ତି ମିହିର୍। ୧୯୬୬ମସିହା ଫେବୃଆରୀ୧୭ ତାରିଖରେ ମୟୁରଭଞ୍ଜ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଏହି ଭେଟେରାନ୍ ଆକ୍ଟର।
୧୯୭୯ରେ ଫିଲ୍ମ ଜଗତରେ ପାଦ ଥାପିଥିବା ମିହିର୍ଙ୍କ ପ୍ରଥମ ଫିଲ୍ମ ଥିଲା ମଥୁରା ବିଜୟ। ତା ପରେ ରାମାୟଣ, ଏଇ ଆମ ସଂସାର, କନ୍ୟାଦାନ ଆଦି ଫିଲ୍ମରେ ତାଙ୍କ ନିଖୁଣ ଅଭିନୟ ଓଡ଼ିଆ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ନିଜ ଅଭିନୟ ଜାଦୁରେ ସେ ଅନେକ ଥର ଦର୍ଶକଙ୍କୁ ହସେଇଛନ୍ତି, କନ୍ଦେଇଛନ୍ତି ଏବଂ ଭାବବିହ୍ୱଳ କରିଛନ୍ତି।
ବ୍ୟକ୍ତିଗତ ଜୀବନରେ ମଧ୍ୟ ବେସ୍ ସଫଳ ହେଉଛନ୍ତି। ପତ୍ନୀ ଏବଂ ପୁଅକୁ ନେଇ ଆରମ୍ଭ ହୋଇଥିଲା ସଂସାର। କିନ୍ତୁ ଅଧାରୁ ହାତ ଛାଡି ସବୁଦିନ ପାଇଁ ଚାଲିଯାଇଥିଲେ ପତ୍ନୀ ସଙ୍ଗୀତା।
ପ୍ରସିଦ୍ଧ ପ୍ଲେ-ବ୍ୟାକ୍ ସିଙ୍ଗର ଚିତ୍ତ ଜେନାଙ୍କ ଝିଅ ଥିଲେ ସଙ୍ଗୀତା। ବାପାଙ୍କ କଳାକୁ ଆପଣେଇ ସଙ୍ଗୀତା ମଧ୍ୟ ଜଣେ ଗାୟିକା ସାଜିଥିଲେ। ପତ୍ନୀଙ୍କ ବିୟୋଗ ପରେ ଏବେ ପୁଅ ଅମ୍ଲାନ୍କୁ ନେଇ ଆଗକୁ ବଢି ଚାଲିଛନ୍ତି ମିହିର୍।
ନିଜ ଦକ୍ଷତା ପାଇଁ ମିହିର୍ ଦାସଙ୍କୁ ଅନେକ ସମ୍ମାନ ମିଳିଛି। ଓଡିଆ ଷ୍ଟେଟ୍ ଫିଲ୍ମ ଆୱାର୍ଡ। ‘ଫେରିଆ ମୋ ସୁନା ଭଉଣୀ’ ଫିଲ୍ମ ପାଇଁ ‘ବେଷ୍ଟ ଆକ୍ଟର’ ଆୱାର୍ଡ, ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଫିଲ୍ମ ପାଇଁ ‘ବେଷ୍ଚ ସପୋର୍ଟିଂ ଆକ୍ଟର’, ‘ମୁଁ ତତେ ଲଭ୍ କରୁଛି’ ଫିଲ୍ମ ପାଇଁ ‘ବେଷ୍ଟ କମେଡିଆନ୍’ ଆୱାର୍ଡ ହାତେଇଛନ୍ତି ସେ।
ଶୁଣିବାକୁ ମିଳେ ମହିର୍ ଦାସ୍ ବେଶ୍ ରାଗୀ। କିନ୍ତୁ ସେ ରାଗିଲେ କେହି ଜାଣିପାରନ୍ତିନି। ତାଙ୍କୁ ଭିତରେ ରାଗି ବାହାରେ ହସି ହସି କଥା ହେବାର ଅନେକ ନିକଟ ସମ୍ପର୍କିୟ କୁହନ୍ତି।
from Odisha Reporter http://bit.ly/2SZtW2M
No comments:
Post a Comment