ଗୋଲମରିଚରେ ରହିଛି ଏହିସବୁ ଚମତ୍କାରୀ ଔଷଧୀୟ ଗୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଗୋଲମରିଚରେ ରହିଛି ଏହିସବୁ ଚମତ୍କାରୀ ଔଷଧୀୟ ଗୁଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଲମରିଚକୁ ସାଧାରଣତଃ ଖାଦ୍ୟରେ ଏକ ମସଲା ରୂପେ ଆମେ ବ୍ୟବହାର କରିଥାଉ । ହେଲେ ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏଥିରେ ପିପରିନ୍‌ ନାମକ ଉପାଦାନ ଥିବାରୁ ଏହାର ସ୍ୱାଦ ସବୁଠୁ ନିଆରା। ଗୋଲମରିଚରେ ଆଇରନ୍, ପୋଟାସିୟମ୍, ଫସ୍‌ଫରସ୍‌, ମାଙ୍ଗାନିଜ୍, ଜିଙ୍କ୍, କ୍ରୋମିୟମ୍, ଭିଟାମିନ୍-ଏ ଓ ସି ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ଆମ ଶରୀରର ଅନେକ ଉପକାର କରିଥାଏ। ତେବେ ଆସନ୍ତୁ ଜାଣିବା ଗୋଲମରିଚର ଉପକାରିତା ସମ୍ପର୍କରେ ।

  • ଗୋଲମରିଚରେ କ୍ୟାନସର୍‌ ସହ ଲଢ଼ିବାର କ୍ଷମତା ରହିଛି। ଏହାକୁ ପ୍ରତିଦିନ ଖାଇଲେ ସ୍ତନରେ ଗଣ୍ଠି ହୁଏନାହିଁ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ କ୍ୟାନସର୍‌କୁ ରୋକିଥାଏ।
  • କାଶ ହେଉଥିଲେ ଗୋଲମରିଚ ଚୂର୍ଣ୍ଣ ସହ ଏକ ଚାମଚ ମହୁ, ଘିଅ, ସାମାନ୍ୟ ମିଶ୍ରି ମିଳାଇ ସେବନ କରିବା ଦ୍ୱାରା କାଶ ଭଲ ହୋଇଥାଏ। ଏହା ବ୍ୟତୀତ ଯଦି ଥଣ୍ଡା ହୋଇଥାଏ ତେବେ ଗୋଲମରିଚ ଓ ରସୁଣକୁ ଏକାଠି ମିଳାଇ ଖାଇଲେ ଭଲ ।
  • ଚର୍ମରେ କିଛି ସମସ୍ୟା ଦେଖାଦେଉଥିଲେ ଗୋଲମରିଚ ଚୂର୍ଣ୍ଣରେ ଗାଈ ଘିଅ କିମ୍ବା ନଡ଼ିଆ ତେଲରେ ମିଶାଇ ଦେହରେ ଲେପନ କରନ୍ତୁ, ଚର୍ମ ରୋଗ ଦୂର ହେବ।
  • କୌଣସି କାରଣରୁ ଭୋକ ହେଉ ନ ଥିଲେ ଗୋଲମରିଚ ଚୂର୍ଣ୍ଣକୁ ପାଣିରେ ଗୋଳାଇ ପିଇଲେ ଭୋକ ବଢ଼େ।

  • ଋତୁସ୍ରାବ ସମୟରେ ପେଟଯନ୍ତ୍ରଣା ହେଉଥିଲେ, କିଛି ଗୋଲମରିଚ ଚୋବାଇ ଉଷୁମ ପାଣି ପିଅନ୍ତୁ, ଉପଶମ ମିଳିବ।
  • ଗ୍ୟାସ୍, ଅଜୀର୍ଣ୍ଣ କିମ୍ବା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ଗୋଲମରିଚ ମୁକ୍ତି ଦେଇଥାଏ। ଏହି ଏସି ଶରୀରରେ ପାଚନ କ୍ରିୟାକୁ ସନ୍ତୁଳିତ ରଖିଥାଏ। ଫଳରେ ପେଟ ଫୁଲିବା, ଗ୍ୟାସ୍, ଅଜୀର୍ଣ୍ଣ କିମ୍ବା କୋଷ୍ଠକାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ।
  • ଗୋଲମରିଚ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ଆମ ଶରୀରରେ ଟକ୍ସିନ୍‌ ପରି କାମ କରେ। ଏହା ଆମ ଶରୀରର ମେଟାବୋଲିଜିମ୍‌କୁ ବଢ଼ାଇଥାଏ। ଫଳରେ ଆମ ଶରୀରରୁ ଅତ୍ୟଧିକ ଫ୍ୟାଟ୍ ଝାଳ ଓ ପରିସ୍ରା ମାଧ୍ୟମରେ ବାହାରିଯାଏ।


from Odisha Reporter http://bit.ly/2GFCTb0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages