
ନୂଆଦିଲ୍ଲୀ: କଂଗ୍ରେସର କୃଷିଋଣ ଛାଡ଼କୁ ନେଇ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, କଂଗ୍ରେସ ଯେଉଁସବୁ ରାଜ୍ୟରେ କ୍ଷମତାକୁ ଆସିଛି ଏହି ଋଣ ଛାଡ଼ରୁ ଖୁବ୍ କମ୍ ଲୋକ ଫାଇଦା ପାଇଛନ୍ତି। ଏହାର ଏକ ଦଶନ୍ଧି ତଳେ ମଧ୍ୟ କଂଗ୍ରେସ ଏଭଳି ଏକ ପ୍ରତିଶ୍ରୁତି ନେଇ ଆସିଥିଲା। କିନ୍ତୁ ଶେଷରେ ସମସ୍ତଙ୍କୁ ବୋକା ବନାଇଥିଲା।
ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ସବୁଠାରୁ ବଡ଼ ପ୍ରତିଶ୍ରୁତି ଥିଲା କୃଷି ଋଣ ଛାଡ଼। ଚାଷୀଙ୍କ ସ୍ଥିତି ବିଗିଡ଼ିବାରେ ଲାଗିଥିବାରୁ ସରକାରଙ୍କ ବିରୋଧରେ କୁହୁଳୁଥିବା ଅସନ୍ତୋଷର ଧୂଆଁ ଶେଷରେ ଭୋଟ୍ର ନିଆଁ ପାଲଟିଥିଲା। ତେବେ ଏହି ସ୍ଥିତିର ପ୍ରଶମନ ପାଇଁ କାମଚଳା ବଜେଟ୍ରେ ସରକାର ନୂତନ ଯୋଜନା ପିଏମ୍ କିଶାନ୍ ଯୋଜନା ବାବଦରେ ଘୋଷଣା କରିଛନ୍ତି।
ଜମ୍ମୁଠାରେ ଏକ ନିର୍ବାଚନୀ ସଭାରେ ମୋଦି ଆଜି କହିଛନ୍ତି, ଦଶ ବର୍ଷ ତଳେ କଂଗ୍ରେସ ନିର୍ବାଚନରେ ଜିତିବା ପାଇଁ କୃଷି ଋଣ ଛାଡ଼ ଘୋଷଣା କରିଥିଲା। ସେହି ସମୟରେ ରିମୋଟ୍ କଣ୍ଟ୍ରୋଲ ସରକାର ଚାଲିଥିଲା। ସେମାନେ ସମସ୍ତଙ୍କୁ ବୋକା ବନାଇ ସରକାରକୁ ଆସିଥିଲେ।
ମୋଦି ଆହୁରି ମଧ୍ୟ କହିଥିଲେ, ଏହି ସମୟରେ ଛାଡ଼ ହେବାକୁ ଥିବା ଋଣର ପରିମାଣ ୬ ଲକ୍ଷ କୋଟି ବୋଲି କୁହାଯାଇଥିଲା, କିନ୍ତୁ ପରେ ଏହାର ପରିମାଣ ୫୨ ହଜାର କୋଟିକୁ ଖସିଆସିଥିଲା। ସିଏଜିଙ୍କ ତଦନ୍ତରୁ ଜଣାପଡ଼ିଥିଲା ଯେ ଆଦୌ କୃଷି ଋଣ ନେଇ ନଥିବା ୩୦ରୁ ୩୫ ଲକ୍ଷ ଲୋକଙ୍କୁ ଏହାର ଫାଇଦା ମିଳିଥିଲା।
from Odisha Reporter http://bit.ly/2TtsRxn
No comments:
Post a Comment