
ଜୟପୁର (ଟି. ଗୌରୀଶଙ୍କର): କୋରାପୁଟ ଜିଲ୍ଲା କୋଟପାଡ଼ ଜେଲ୍ରୁ ଜେଲ୍ ଦଣ୍ଡ ଭୋଗୁଥିବା ଜଣେ କଏଦୀ ଫେରାର ହୋଇଯାଇଛି। ଫେରାର କଏଦୀ ଜଣଙ୍କ ହେଲେମୋତିସିଂ ଚଲାନ। ୨୦୧୨ରୁ ଜେଲ୍ରେ ରହି ୧୦ ବର୍ଷର କାରାଦଣ୍ଡ ଭୋଗୁଥିଲା।
ମୋତିସିଂଙ୍କ ଘର ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗାରେ। ଆଜି ସକାଳେ ଜେଲ୍ ପରିସରରେ ଥିବା ବଗିଚାରେ କିଛି କଏଦୀ କାମ କରିବାକୁ ଯାଇଥିଲେ। ଫେରିବା ବେଳେ ମୋତିସିଂ ଫେରାର ହୋଇଯାଇଥିଲେ।
ଏନେଇ ଜେଲ୍ ସୁପରିନଟେଣ୍ଡେଣ୍ଟ କୋଟପାଡ଼ ଥାନାରେ ଅଭିଯୋଗ କରିଛନ୍ତି।
ନିଜ ପୁଅକୁ ହତ୍ୟା କରିବା ଅଭିଯୋଗରେ ମୋତିସିଂ ଜେଲ୍ରେ ସଜା କାଟୁଥିଲେ।
from Odisha Reporter http://bit.ly/2BB3EKa
No comments:
Post a Comment