ସହିଦଙ୍କ ଶବକୁ କାନ୍ଧ ଦେଲେ ରାଜନାଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 15, 2019

ସହିଦଙ୍କ ଶବକୁ କାନ୍ଧ ଦେଲେ ରାଜନାଥ

ଶ୍ରୀନଗର: ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୩୭ ସିଆରପିଏଫ୍‌ ଯବାନ ସହିଦ ହେବାପରେ ସ୍ତବ୍ଧ ହୋଇଯାଇଛି ଦେଶ। ସୋଶାଲ ମିଡିଆଠାରୁ ଆରମ୍ଭ କରି ବିଭିନ୍ନ ରାଜନୀତିକ ମହଲରେ ବୀର ଯବାନଙ୍କ ବିୟୋଗକୁ ନେଇ ଶୋକର ଛାୟା ଖେଳିଯାଇଥିବାବେଳେ ଏହି ଆକ୍ରମଣ ପଛରେ ପାକିସ୍ତାନର ସମ୍ପୃକ୍ତି ଅଭିଯୋଗ ନେଇ ତମ୍ବି ତୋଫାନ ଆରମ୍ଭ ହୋଇସାରିଛି।

ତେବେ ଏଭଳି ପରିସ୍ଥିତିରେ ଜମ୍ମୁକଶ୍ମୀରର ଆକ୍ରମଣସ୍ଥଳରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ଆଜି ତାଙ୍କ ସହିତ ବରିଷ୍ଠ ପୁଲିସ ଅଧିକାରୀ ଦିଲବାଗ୍‌ ସିଂହ ସହିଦ ସିଆରପିଏଫ୍‌ ଯବାନଙ୍କ ଶବକୁ କାନ୍ଧ ଦେଇଛନ୍ତି।

ଗତ କାଲି ମଧ୍ୟ ଗୃହମନ୍ତ୍ରୀ ରାଜନାଥ ଦେଶବାସୀଙ୍କୁ ସମବେଦନା ଜଣାଇ କହିଥିଲେ, ଏହାର ପ୍ରତିଶୋଧ ପାଇଁ ଯଥାସମ୍ଭବ ଏବଂ ଯାହା ମଧ୍ୟ ବିକଳ୍ପ ରହିଛି ସେହି ସମସ୍ତ ପଦକ୍ଷେପ ନିଆଯିବ।

ଆଜି ଜମ୍ମୁକଶ୍ମୀରରେ ପହଞ୍ଚିବାପରେ ରାଜନାଥ ତ୍ରିରଙ୍ଗା ଗୁଡ଼ାହୋଇଥିବା ସହିଦଙ୍କ ଶବକୁ ବୋହିବାରେ କାନ୍ଧ ଦେଇଥିଲେ। ତାଙ୍କ ସହିତ ଅନ୍ୟ ଯବାନ ଏବଂ ପୁଲିସ ଅଧିକାରୀ ମଧ୍ୟ ଥିଲେ। କଫିନ୍‌ର ଗୋଟିଏ ପଟେ ଯବାନଙ୍କ ଟୋପି ପିନ୍ଧା ରାଜନାଥ ଥିବାବେଳେ ଅନ୍ୟପାଖରେ ଜମ୍ମୁକଶ୍ମୀର ଡିଜିପି ଥିଲେ।



from Odisha Reporter http://bit.ly/2TQs2Pp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages