
ଡେରାଡୁନ୍: ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କୀ ହମ୍ଲାରେ ସହିଦ ହୋଇଥିବା ବୀର ସହିଦ ଯବାନଙ୍କ ପାର୍ଥିବ ଶରୀର ସେମାନଙ୍କ ଜନ୍ମସ୍ଥାନକୁ ଆସିବାରେ ଲାଗିଛି। ସେମାନଙ୍କ ଉଦ୍ଦେଶ୍ୟରେ ସମଗ୍ର ଦେଶରେ ଜୟ ଜୟକାର ଶୁଣିବାକୁ ମିଳୁଛି। ସହିଦଙ୍କ ଶେଷ ଦର୍ଶନ ପାଇଁ ସବୁଆଡ଼େ ନାହିଁ ନଥିବା ଭିଡ଼। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କ ଯାଏ ବିଭିନ୍ନ ବର୍ଗର ଲୋକ ସମସ୍ତେ ଲୁହଭିଜା ଆଖିରେ ସହିଦଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ପାଇଁ ଏବଂ ସହିଦଙ୍କୁ ଶେଷ ଦର୍ଶନ ପାଇଁ ପହଞ୍ଚୁଛନ୍ତି।
ଏହି କ୍ରମରେ ସହିଦ ସିଆରପିଏଫ୍ ASI ମୋହନ ଲାଲଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମସ୍ଥାନ ଡେରାଡୁନ୍ରେ ପହଞ୍ଚିଛି। ମୋହନଙ୍କ ପାର୍ଥିବ ଶରୀର ଦେଖି ଭାଙ୍ଗିପଡ଼ିବା ବଦଳରେ ତାଙ୍କ ଭଳି ସାହସ ଦେଖାଇଥିଲେ ତାଙ୍କ ଝିଅ। ତାଙ୍କର ସାଲ୍ୟୁଟ୍ରୁ ହିଁ ଆରମ୍ଭ ହୋଇଥିଲା ବୀର ଯବାନ ମୋହନ ଲାଲଙ୍କ ଶେଷଯାତ୍ରା।
ଝିଅର ଏପ୍ରକାର ସାହସ ଦେଖ ଉପସ୍ଥିତ ଲୋକଙ୍କ ଆଖି ଲୁହରେ ଭରି ଯାଇଥିଲା। ଏହି ଆକ୍ରମଣର ପ୍ରତିଶୋଧ ପାଇଁ ନାରାବାଜିରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା।
ଏହି ଅବସରରେ ବିଭିନ୍ନ ରାଜନୀତିକ ଦଳର ନେତୃବୃନ୍ଦ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ୍ ମଧ୍ୟ ସହିଦ ମୋହନ ଲାଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ।
from Odisha Reporter http://bit.ly/2TUqiVa
No comments:
Post a Comment