କାଲି ସଂସଦରେ ଆସିବ ରାଫେଲ ସିଏଜି ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 11, 2019

କାଲି ସଂସଦରେ ଆସିବ ରାଫେଲ ସିଏଜି ରିପୋର୍ଟ

ନୂଆଦିଲ୍ଲୀ: ଫ୍ରାନ୍ସ ସହ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣା ଡିଲକୁ ନେଇ କଂଗ୍ରେସ ଓ ଏନ୍‌ଡିଏ ସରକାରଙ୍କ ମଧ୍ୟରେ ପ୍ରଚଣ୍ଡ ବାକ୍‌ଯୁଦ୍ଧ ଚାଲିଥିବା ବେଳେ ଆଜି ସିଏଜି ତାଙ୍କ ଅଡିଟ୍‌ ରିପୋର୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଛନ୍ତି। ଆସନ୍ତାକାଲି ଏହି ରିପୋର୍ଟକୁ ସଂସଦରେ ଉପସ୍ଥାପନ କରାଯିବ। ଅନ୍ୟପକ୍ଷରେ ଆଜି ରାଫେଲ ଡିଲ୍‌କୁ ନେଇ ଏକ ବିବାଦୀୟ ତଥ୍ୟ ସାମ୍ନାକୁ ଆସିଛି।

ଭାରତ ସରକାର ଫ୍ରାନ୍ସ ସହ ରାଫେଲ ଡିଲ୍‌ କରିବା ପୂର୍ବରୁ ପ୍ରତିରକ୍ଷା ସରଞ୍ଜାମ କ୍ରୟ ସମୟରେ ପାଳନ କରୁଥିବା କିଛି ନିୟମକୁ ବଦଳାଇ ଦେଇଥିଲେ। ପ୍ରତିରକ୍ଷା ଖରିଦ ପ୍ରକ୍ରିୟାରେ ଦୁର୍ନୀତି ବିରୋଧରେ ଲାଗୁ ହେଉଥିବା ପେନାଲ୍ଟି ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ନିୟମକୁ ରାଫେଲ ଡିଲ କ୍ଷେତ୍ରରେ ବଦଳାଇ ଦିଆଯାଇଥିଲା।

ବିଶେଷ କରି ଅଫଶୋର ପାର୍ଟନର, ଏସକ୍ରୋ ଆକାଉଣ୍ଟ ତଥା ସପ୍ଲାଇ ପ୍ରୋଟୋକଲରେ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ଅବଶ୍ୟ ଏହି ଡିଲ ସରକାରୀ ସ୍ତରରେ ଦୁଇ ସାର୍ବଭୌମ ରାଷ୍ଟ୍ର ମଧ୍ୟରେ ସ୍ଵାକ୍ଷରିତ ହୋଇଥିଲା। ତଥାପି ଏଭଳି ନିୟମ ପରିବର୍ତ୍ତନକୁ ନେଇ କେତେକ ମହଲରେ ଆପତ୍ତି ଉଠିଛି।

ଭାରତ ସରକାର ଫ୍ରାନ୍ସଠାରୁ ୩୬ଟି ଯୁଦ୍ଧ ବିମାନ କିଣିବାକୁ ଡିଲ୍‌ କରିଛନ୍ତି। ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି କଂଗ୍ରେସ ଓ ଆଉ କିଛି ବିରୋଧୀ ଦଳ ସରକାରଙ୍କ ଉପରେ ହମ୍‌ଲା କରିଚାଲିଛନ୍ତି। ଏପରି ଡିଲ୍‌ର ଜେପିସି ତଦନ୍ତ ପାଇଁ ମଧ୍ୟ ବିରୋଧୀ ଦଳଗୁଡ଼ିକ ଦାବି କରୁଛନ୍ତି।

ଇତିମଧ୍ୟରେ ସିଏଜିଙ୍କ ରିପୋର୍ଟ ରାଷ୍ଟ୍ରପତି ଓ ଏହାର ଏକ କପିକୁ ଅର୍ଥ ମନ୍ତ୍ରଣାଳୟ ନିକଟକୁ ପଠାଯାଇଛି। ରାଫେଲ୍‌ ଡିଲ୍‌କୁ ନେଇ ସିଏଜି ୧୨ଟି ଚ୍ୟାପ୍ଟରର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ରିପୋର୍ଟ ପ୍ରସ୍ତୁତ ହେବା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରାଫେଲ ଡିଲ୍‌ ପ୍ରସଙ୍ଗରେ ବିସ୍ତୃତ ଜବାବ ଓ ଏହା ସହିତ ସମସ୍ତ ତଥ୍ୟକୁ ସିଏଜିଙ୍କୁ ଦିଆଯାଇଥିଲା। ଏଥିରେ ୩୬ଟି ରାଫେଲ ଯୁଦ୍ଧ ବିମାନର ଖରିଦ ପ୍ରକ୍ରିୟା ସହ ବିମାନର ଦର ଆଦିର ତଥ୍ୟ ମଧ୍ୟ ରହିଥିଲା।

ସିଏଜିଙ୍କ ଏହି ରାଫେଲ ଡିଲ୍‌ ରିପୋର୍ଟ ବେଶ ଲମ୍ବା ରହିଛି। ପ୍ରୋଟୋକଲ ଦୃଷ୍ଟିରୁ ପ୍ରଥମେ ଏହା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଛି। ଏବେ ରାଷ୍ଟ୍ରପତି ଭବନରୁ ଏହି ରିପୋର୍ଟକୁ ଲୋକସଭା ବାଚସ୍ପତିଙ୍କ ଅଫିସ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ପଠାଯିବ। ସଂସଦର ଶୀତ ଅଧିବେଶନ ବୁଧବାର ଶେଷ ହେବ। ଏହାର ଗୋଟିଏ ଦିନ ପୂର୍ବରୁ ଉଭୟ ସଦନରେ ରାଫେଲ ଡିଲ୍‌ର ସିଏଜି ରିପୋର୍ଟ ଦାଖଲ କରାଯିବ।



from Odisha Reporter http://bit.ly/2DwuYcM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages