ଭୁବନେଶ୍ୱରରେ ବୁଲୁଛି ଆଉ ଏକ ବାଘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

ଭୁବନେଶ୍ୱରରେ ବୁଲୁଛି ଆଉ ଏକ ବାଘ

tiger

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଗତ ମଙ୍ଗଳବାର ଏକ ବାଘ ଧରା ଯାଇଥିବା ବେଳେ ଆଉ ଏକ ବାଘ ବୁଲୁଥିବା ଅଭିଯୋଗ ହୋଇଛି। ରଙ୍ଗମାଟିଆର ତଳସାହିରେ ଏକ କଲରାପତରିଆ ବାଘ ଲୁଚିଥିବା ଜଣେ ସ୍ଥାନୀୟ ବ୍ୟକ୍ତି ଦେଖିଥିବା କହିବା ପରେ ତନାଘନା ଆରମ୍ଭ ହୋଇଛି।

ଏନେଇ ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ଏହାସହ ପାର୍ଶ୍ୱବର୍ତ୍ତୀ ବିଲ ଓ ମାଟିରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଥିବା ବିଭାଗ ଟିମ୍‌ କହିଛି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ତାରିଖ ରାତିରେ ଭୁବନେଶ୍ୱର ବିମାନବନ୍ଦରର କାର୍ଗୋ ଗେଟ୍‌ ପାଖରୁ ଧରା ଯାଇଥିବା କଲରାପତରିଆ ବାଘକୁ ଚନ୍ଦକା ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡ଼ି ଦିଆଯାଇଥିଲା। ଗତ ରବିବାର ରାତିରେ ଏୟାରପୋର୍ଟ ନିକଟବର୍ତ୍ତୀ ପଲ୍ଲାସପଲ୍ଲୀ ଅଞ୍ଚଳରେ ଏହି କଲରାପତରିଆ ବାଘ ଦେଖିବାକୁ ମିଳିଥିଲା। ଖବର ପାଇବା ପରେ ବାଘକୁ ଧରିବା ପାଇଁ ବନ ବିଭାଗ ‘ଅପରେସନ୍‌ ଲେପାର୍ଡ ’ ଆରମ୍ଭ କରିଥିଲା। ଏଥିପାଇଁ ପୁରୁଣା ଏୟାରପୋର୍ଟକୁ ଯାଇଥିବା ରାସ୍ତାକୁ ସଂପୂର୍ଣ୍ଣ ସିଲ୍‌ କରି ଦିଆଯାଇଥିଲା।

ଉଦ୍ଧାରକାରୀ ଦଳ ଯନ୍ତା, ଟ୍ରାପିଂ ନେଟ୍‌ ଓ ଟ୍ରାଙ୍କୁଲାଇଜ୍‌ ଟିମ୍‌ ସହ ପ୍ରସ୍ତୁତ ରହିଥିଲେ। ବାଘକୁ ଆକୃଷ୍ଟ କରିବା ପାଇଁ ଯନ୍ତାରେ କୁକୁଡ଼ା ରଖାଯାଇଥିଲା। କୁକୁଡ଼ା ଖାଇବାକୁ ଆସି ବାଘ ଯନ୍ତାରେ ପଡ଼ି ଯାଇଥିଲା।



from Odisha Reporter https://ift.tt/2E0RISx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages