ଭାଇରାଲ୍‌ ଇନ୍‌ଫେକ୍ସନ୍‌ରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ଭାଇରାଲ୍‌ ଇନ୍‌ଫେକ୍ସନ୍‌ରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଋତୁ ବଦଳିବା ବେଳେ ଭାଇରାଲ୍‌ ଇନ୍‌ଫେକ୍‌ସନ୍‌ ଏବଂ ଭାଇରାଲ୍‌ ଜ୍ୱର ଶରୀରକୁ ଆକ୍ରାନ୍ତ କରିଥାଏ। ଭାଇରାଲ୍‌ ଜ୍ୱର ହେଲେ ଥଣ୍ଡା, ଜ୍ୱର, କାଶ ଓ ମୁଣ୍ଡ ବିନ୍ଧା ପରି ସମସ୍ୟା ଦେଖାଯାଇଥାଏ। ଯେଉଁ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥାଏ, ସେମାନଙ୍କୁ ଭାଇରାଲ୍‌ ଜ୍ୱର ହେବାର ଆଶଙ୍କା ଅଧିକ । ଋତୁ ପରିବର୍ତ୍ତନ ସମୟରେ ସାବଧାନତା ଅବଲମ୍ବନ କରିବା ନିହାତି ଦରକାର। ଚାଲନ୍ତୁ ଜାଣିବା ଏହି ସମୟରେ କେଉଁ କେଉଁ ସତର୍କତା ଅବଲମ୍ବନ କରିବା ଉଚିତ୍‌।

ପରିଷ୍କାର ପରିଛନ୍ନତା
ଏହି ଋତୁରେ ଇନ୍‌ଫେକ୍ସନ ଆଶଙ୍କା ଅଧିକ ରହିଛି। ତେଣୁ ସବୁବେଳେ ନିଜକୁ ସଫାସୁତୁରା ରଖିବା ଲାଗି ଧ୍ୟାନ ଦିଅନ୍ତୁ। ସାଧାରଣତ ଯଦି ଟିକେ ଥଣ୍ଡା ଦିନ ଆସିଯାଏ ତେବେ ଅନେକ ଲୋକ ଅଛନ୍ତି ଯେଉଁମାନେ ଗାଧୋଇ ନ ଥାନ୍ତି। ଏପରି କରିବା କିନ୍ତୁ ଆଦୌ ଠିକ୍‌ ନୁହେଁ। ଏପରି କଲେ ଆପଣଙ୍କୁ ଇନ୍‌ଫେକ୍ସନ ହୋଇପାରେ। ଜଳବାୟୁ ଥଣ୍ଡା ହେଉ କି ଉଷ୍ଣ ପ୍ରତିଦିନ ଗାଧୋଇବା ନିହାତି ଆବଶ୍ୟକ। ଯଦି ଆପଣ ଥଣ୍ଡା ଜ୍ୱରରୁ ରକ୍ଷା ପାଇଁ ଅଧିକ ପାଣି ସଂସ୍ପର୍ଶରେ ଆସିବାକୁ ଚାହୁଁ ନାହାଁନ୍ତି, ତେବେ  ଅଲ୍ପ ଉଷୁମ ପାଣି କରି ଏଥିରେ ଏକ ଗାମୁଛା ବୁଡ଼ାଇ ଏହାକୁ ଚିପୁଡ଼ି ଦିଅନ୍ତୁ। ଓ ସମ୍ପୁର୍ଣ୍ଣ ଶରୀରକୁ ଏହି ଓଦା ଗାମୁଛା କିମ୍ବା ତଉଲିଆରେ ପୋଛି ଦିଅନ୍ତୁ।

ବାରମ୍ବାର ହାତ ଧୁଅନ୍ତୁ
ରୋଗୀ ଲୋକଙ୍କ ସଂସ୍ପର୍ଶରେ ଆସିବା ପରେ ଆପଣ ମଧ୍ୟ ରୋଗରେ ପଡ଼ିପାରନ୍ତି। ଏପରିସ୍ଥଳେ ଆପଣ ଅଫିସ୍‌ରେ ରୁହନ୍ତୁ ବା ଘରେ ବାରମ୍ବାର ହାତ ଧୁଅନ୍ତୁ। ବାହାରୁ ଫେରିବା ପରେ ହାତ ଓ ମୁହଁ ଭଲ ଭାବେ ଧୂଅନ୍ତୁ। କାଶ ହେଉଥିଲେ ପାଟିରେ ରୁମାଲ ଦେଇ କାଶନ୍ତୁ। ଯାହାଫଳରେ ଅନ୍ୟ କେହି ସଂକ୍ରମିତ ହେବେ ନାହିଁ।
ହର୍ବାଲ ଚା’ ପିଅନ୍ତୁ
ଚର୍ମ ସମସ୍ୟାରୁ ରକ୍ଷା ପାଇବା ଲାଗି ହର୍ବାଲ ଟି ଲାଭଦାୟକ ଅଟେ। ଏଥିପାଇଁ ଆପଣ ତୁଳସୀ, ମହୁ, ପୋଦିନା, ଲବଙ୍ଗ ଏବଂ ଗୋଲମରିଚ ଚା’ କରି ପିଅନ୍ତୁ। ଏହାବ୍ୟତୀତ ଗୋଲମରିଚ, ଜିରା ଏବଂ ଗୁଡ଼କୁ ଏକ ଗ୍ଲାସ୍‌ ପାଣିରେ ଫୁଟାନ୍ତୁ। ପାଣି ଅଧା ହୋଇଗଲା ପରେ ଏହାକୁ ଛାଣି ପିଅନ୍ତୁ। ଏହାଦ୍ୱାରା ଛାତି ରୁନ୍ଧି ହେବାରୁ ଆରାମ ମିଳିବ।

ଅଦା ଓ ମହୁ ସେବନ କରନ୍ତୁ
ଏହି ଋତୁରେ ଅଦା ଏବଂ ମହୁର ସେବନ ବହୁତ ଲାଭଦାୟକ ଅଟେ। ଏହା ସେବନ ଦ୍ୱାରା ଋତୁ ପରିବର୍ତ୍ତନ ପାଇଁ ହେଉଥିବା ସମସ୍ୟାରୁ ସହଜରେ ମୁକ୍ତି ମିଳିପାରିବ। ତେଣୁ ଅଦାରୁ ରସ ବାହାର କରନ୍ତୁ। ଏହି ରସକୁ ଅଳ୍ପ ଗରମ କରି ଏଥିରେ ମହୁ ମିଶାଇ ସକାଳ ଓ ସନ୍ଧ୍ୟାରେ ସେବନ କରନ୍ତୁ। ଦିନେ ଦୁଇଦିନ ଏପରି କରିବା ଦ୍ୱାରା କାଶ ଏବଂ କଫରୁ ତୁରନ୍ତ ଆରାମ ମିଳିବ।

ରାତିରେ ରସୁଣ ଖାଆନ୍ତୁ
ଏହି ଋତୁ ଜନିତ ରୋଗରୁ ରକ୍ଷା ପାଇବା ଲାଗି ରସୁଣ ବହୁତ ଉପାଦେୟ। ରାତିରେ ଶୋଇବା ପୂର୍ବରୁ ଗୋଟିଏ ଦୁଇଟି କୋଲା ରସୁଣ ସେବନ କରନ୍ତୁ। ଧ୍ୟାନ ରଖନ୍ତୁ ଏହା ପରେ ପାଣି ପିଇବେ ନାହିଁ। ଏହାବ୍ୟତୀତ ରସୁଣ ସୁପ୍‌ ମଧ୍ୟ ପିଇ ପାରିବେ।



from Odisha Reporter http://bit.ly/2X5PZE7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages