ଓଠ କ୍ୟାନ୍‌ସର ଲକ୍ଷଣ ଓ ନିରାକରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ଓଠ କ୍ୟାନ୍‌ସର ଲକ୍ଷଣ ଓ ନିରାକରଣ

ନୂଆଦିଲ୍ଲୀ: ଆଜି ବିଶ୍ୱ କ୍ୟାନ୍‌ସର ଦିବସ। ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ କ୍ୟାନ୍‌ସର ଦିବସ ଭାବେ ବିଶ୍ୱବ୍ୟାପୀ ପାଳନ କରାଯାଇଥାଏ। କ୍ୟାନ୍‌ସର ବା କର୍କଟ ରୋଗ ଏକ ମାରାତ୍ମକ ରୋଗ। ପ୍ରାରମ୍ଭିକ ସ୍ଥିତିରେ ଏହାର ନିରାକରଣ ସମ୍ଭବପର ହୋଇଥିଲେ ମଧ୍ୟ ରୋଗ ବଢିଗଲେ ଏହାର ନିଦାନ ଅନେକ କ୍ଷେତ୍ରରେ ସମ୍ଭବ ହୋଇ ନ ଥାଏ ଓ ପୀଡିତ ମୃତ୍ୟୁ ବରଣ କରିଥାଏ।

କ୍ୟାନସର୍‌ ବିଭିନ୍ନ ପ୍ରକାରର ରହିଛି।  କ୍ୟାନସର୍‌ ଶରୀରର ଯେ କୌଣସି ଭାଗରେ ହୋଇପାରେ। ତେବେ ଆସନ୍ତୁ ଆମେ ଆଜି ଓଠ କ୍ୟାନ୍‌ସର ବିଷୟରେ ଜାଣିବା।

ଓଠ କ୍ୟାନସର୍‌ର ଲକ୍ଷଣ 

  • ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କର ଖାଇବା ପିଇବାରେ ସମସ୍ୟା ଦେଖା ଯାଇଥାଏ
  • ରୋଗ ବଢିଲେ ଦାନ୍ତ ଢିଲା ହେବାକୁ ଲାଗିଥାଏ
  • ଓଠରେ ଦରଜ ଏବଂ ଯନ୍ତ୍ରଣା ଅନୁଭବ ହୁଏ
  • ଓଠରୁ ରକ୍ତ ବାହାରିଥାଏ
  • ଓଠ ଲାଲ୍‌ ପଡ଼ିବା ସହ ଚର୍ମ ଛାଡ଼ିବା ଆରମ୍ଭ କରେ
  • ଗଳା ଏବଂ ମୁହଁ ଦରଜ ହୁଏ
  • କଣ୍ଠସ୍ୱର ପରିବର୍ତ୍ତନ ହୁଏ

ଓଠ କ୍ୟାନସର୍‌ ହେବାର କାରଣ

  • ତମାଖୁ, ସିଗାରେଟ୍‌ ଏବଂ ଗୁଟ୍‌ଖା ଖାଉଥିବା ଲୋକେ ଏହି ରୋଗରେ ପୀଡିତ ହେବାର ଆଶଙ୍କା ଅଧିକ।
  • ଓରାଲ୍‌ ସେକ୍ସ ଦ୍ୱାରା ମଧ୍ୟ ଓଠ କ୍ୟାନସର୍‌ ହେବାର ଆଶଙ୍କା ଅଧିକ ରହିଥାଏ।
  • ସୂର୍ଯ୍ୟ କିରଣରେ ଅଧିକ ସମୟ ରହିଲେ ମଧ୍ୟ ଓଠ କ୍ୟାନସର୍‌ ହେବାର ଆଶଙ୍କା ଥାଏ।

ନିରାକରଣ

  • ମଦ୍ୟପାନ କରୁଥିଲେ ଏହାକୁ ଧୀରେ ଧୀରେ କମାଇବାକୁ ଚଷ୍ଟା କରନ୍ତୁ
  • ଗୁଟ୍‌ଖା, ସିଗାରେଟ୍‌ ଆଦିର ସେବନ କରନ୍ତୁ ନାହିଁ
  • ଯଥାସମ୍ଭବ ନିଜ ଖାଦ୍ୟରେ ପନିପରିବା ଓ ଫଳମୂଳକୁ ସାମିଲ କରନ୍ତୁ

 



from Odisha Reporter http://bit.ly/2WDOzk5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages