
ଢାକା: ବାଂଲାଦେଶ ରାଜଧାନୀ ଢାକାଠାରେ ସଂଘଟିତ ଏକ ବଡ଼ ଧରଣର ଅଗ୍ନିକାଣ୍ଡରେ ୮୧ ଜଣଙ୍କର ପ୍ରାଣହାନି ହୋଇଥିବାବେଳେ ୫୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ନିଆଁକୁ ନିୟନ୍ତ୍ରଣକୁ ଆଣି ଉଦ୍ଧାରକାର୍ଯ୍ୟ ଚାଲୁରହିଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶା କରାଯାଉଛି।
ଗୃହମନ୍ତ୍ରୀ ଅସାଦୁଜୁମନ୍ ଖାନ୍ କହିଛନ୍ତି ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଏହି ଘଟଣାର ତଦନ୍ତ କରିବାପାଇଁ ଏକ ୫ ଜଣିଆ ପ୍ୟାନେଲ ଗଠନ କରାଯାଇଛି।
ବୁଧବାର ଏକ କେମିକାଲ ୱେରହାଉସ୍ରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହି ହାଜି ୱାହେଦ୍ ମାନିସନ୍ ନାମକ ୪ ମହଲା କୋଠାର ଗ୍ରାଉଣ୍ଡଫ୍ଲୋରରେ ହିଁ ପ୍ରଥମେ ନିଆଁ ଲାଗିଥିଲା। ଏହା ପୁରୁଣା ଢାକାର ଚୌକ୍ବଜାର ଅଞ୍ଚଳରେ ଥିବା ଏକ କୋଠା।
ଏହି ନିଆଁକୁ ଲିଭାଇବା ପାଇଁ ୨୦୦ ଅଗ୍ନିଶମ କର୍ମଚାରୀ ଲାଗିଥିଲେ। ଏହାକୁ ଲିଭାଇବାକୁ ୫ ଘଣ୍ଟା ଲାଗିଥିଲା ଓ ନିକଟସ୍ଥ ମସଜିଦ୍ରୁ ପାଣି ଆଣି ନିଆଁ ଲିଭାଇବାର ପ୍ରୟାସ କରାଯାଇଥିଲା।
from Odisha Reporter https://ift.tt/2Nj4U9I
No comments:
Post a Comment