ପ୍ରେମ ଦିବସରେ ପୁଲ୍‌ୱାମା ହମ୍‌ଲାର ବଦ୍‌ଲା ପାଇଁ ଜୈଶ୍‌ ପ୍ରସ୍ତୁତ ତ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ପ୍ରେମ ଦିବସରେ ପୁଲ୍‌ୱାମା ହମ୍‌ଲାର ବଦ୍‌ଲା ପାଇଁ ଜୈଶ୍‌ ପ୍ରସ୍ତୁତ ତ?

ଶ୍ରୀନଗର: ପୁଲ୍‌ୱାମାରେ ଆତଙ୍କବାଦୀ ହମ୍‌ଲାରେ ଶେଷ ଖବର ସୁଦ୍ଧା ୨୦ ଜଣ ସିଆରପିଏଫ୍‌ ଯବାନଙ୍କର ଜୀବନ ଯିବାପରେ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ବୀର ଯବାନ ଆହତ ହୋଇଥିବାବେଳେ ଅଧିକାଂଶ ଯବାନ ଗୁରୁତର ଭାବରେ ଆହତ ହୋଇ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି।

କିନ୍ତୁ ପ୍ରଶ୍ନ ଉଠିଛି ଜୈଶ୍‌ ଏଭଳି କାଣ୍ଡ ଘଟାଇବା ପରେ ଭାରତର ପ୍ରତିକ୍ରିୟାକୁ ସମ୍ଭାଳିବା ପାଇଁ ଏହି ଆତଙ୍କୀ ସଂଗଠନ ପ୍ରସ୍ତୁତ ତ? ପ୍ରେମ ଦିବସରେ ଭାରତ ପାଇଁ ଧର୍ମାନ୍ଧ ଆତଙ୍କୀଙ୍କର ଇଏ କି ପ୍ରେମ ବୋଲି ସମଗ୍ର ଦେଶରେ ପ୍ରଶ୍ନ ଉଠିଛି। ପୂର୍ବରୁ ଉରି ସେନା କ୍ୟାମ୍ପ ଉପରେ ଏଭଳି ଆତଙ୍କୀ ହମ୍‌ଲାରେ ୧୯ ଜଣ ଯବାନ ସହିଦ ହୋଇଥିଲେ। ଯାହାକୁ ନେଇ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା। ଏହାପରେ ହିଁ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିବା ଭାରତୀୟ ସେନା। ପାକିସ୍ତାନ ସୀମାରେ ପଶି ପାକିସ୍ତାନୀ ଆତଙ୍କବାଦୀଙ୍କୁ ମାରିଥିଲେ ଭାରତୀୟ ବୀର ଯବାନ। ଏଥର ମଧ୍ୟ ଗୁଳିର ଜବାବ ଗୁଳିରେ ରଖିବାକୁ ସାରା ଦେଶରେ ସ୍ୱର ଉଠୁଛି।

ଜୈଶ-ଇ-ମହମ୍ମଦ ଏହି ଘଟଣାରେ ନିଜକୁ ଦାୟୀ କରିଥିବାବେଳେ ଏହି ଘଟଣାକୁ ନେଇ ରାଜନୀତିକ ମହଲରେ ମଧ୍ୟ ତମ୍ବିତୋଫାନ ଦେଖିବାକୁ ମିଳିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହାକୁ କାପୁରୁଷ ଆକ୍ରମଣ ବୋଲି କହିଛନ୍ତି। ସେ ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି।

ଅନ୍ୟପକ୍ଷରେ ଜମ୍ମୁକଶ୍ମୀରର ପିଡିପି ସୁପ୍ରିମୋ ମେହବୁବା ମୁଫ୍‌ତି ଏବଂ ଏନ୍‌ସି ନେତା ଓମାର ଅବଦୁଲ୍ଲା ମଧ୍ୟ ଏହି ଘଟଣାର ନିନ୍ଦା କରିଛନ୍ତି। ମେହବୁବା କହିଛନ୍ତି ଏହି ଆକ୍ରମଣ ର ପ୍ରତିଶୋଧ ଶବ୍ଦରେ ସୀମିତ ରହିବା ଉଚିତ ନୁହେଁ। ଏଭଳି ପାଗଳାମୀ ସରିବା ଆଗରୁ ଆଉ କେତେ ନୀରିହଙ୍କ ଜୀବନ ଯିବ ବୋଲି ସେ ପଚାରିଛନ୍ତି।



from Odisha Reporter http://bit.ly/2TOPIUj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages