ବାମ ଗୋଡ଼ ବଦଳରେ ରୋଗୀଙ୍କ ଡାହାଣ ଗୋଡ଼ରେ ଡ୍ରେସିଂ କରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ବାମ ଗୋଡ଼ ବଦଳରେ ରୋଗୀଙ୍କ ଡାହାଣ ଗୋଡ଼ରେ ଡ୍ରେସିଂ କରିଦେଲେ

anandapur

ଆନନ୍ଦପୁର(ମୁନା ସିଂ): ଡାକ୍ତରଖାନା କର୍ମଚାରୀଙ୍କ ଚରମ ଦାୟିତ୍ୱହୀନତା ଦେଖିବାକୁ ମିଳିଛି। ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ବାମ ଗୋଡ଼ରେ ଡ୍ରେସିଂ ହେବାର ଥିଲା। ହେଲେ ଚିକିତ୍ସାଳୟ କର୍ମଚାରୀଙ୍କ ଚରମ ଦାୟିତ୍ୱହୀନତା ଯୋଗୁ ତାଙ୍କ ଡାହାଣ ଗୋଡ଼ରେ ଡ୍ରେସିଂ କରାଯାଇଛି। ଏଭଳି ଘଟଣା ଘଟିଛି, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ।

ସୂଚନା ଅନୁସାରେ, ଗୁହାଳିଆ ଗାଁର ମିତାରାଣୀ ଜେନାଙ୍କ ବାମଗୋଡ଼ରେ ଏକ କ୍ଷତ ହୋଇଥିଲା। ଏହାର ଚିକିତ୍ସା ପାଇଁ ସେ ଆନନ୍ଦପୁର ଡାକ୍ତରଖାନା ଆସି ଜଣେ ଶଲ୍ୟ ଚିକିତ୍ସକଙ୍କୁ ଦେଖାଇଥିଲେ। ଏହାପରେ ଡାକ୍ତର ଦାୟିତ୍ୱରେ ଥିବା ଡ୍ରେସରଙ୍କୁ ବାମ ଗୋଡ଼ର ଅସ୍ତ୍ରୋପଚାର ପାଇଁ  ନିର୍ଦ୍ଦେଶ ଦେଇ ତାଙ୍କ ଦାୟିତ୍ୱ ସାରିଦେଇଥିଲେ। ହେଲେ ବାଉଳା ହୋଇ ଡ୍ରେସର ମିତାଙ୍କ ବାମଗୋଡ଼ ବଦଳରେ ଡାହାଣ ଗୋଡ଼ରେ ଡ୍ରେସିଂ କରିଥିଲେ।

ମିତା ଏବଂ ତାଙ୍କ ସ୍ୱାମୀ ଏହାର ଦୃଢ ପ୍ରତିବାଦ କରିବା ପରେ ଡ୍ରେସର ଜଣକ  ଘା ହୋଇଥିବା ଗୋଡ଼କୁ ପୁଣି ଥରେ ଡ୍ରେସିଂ କରିଥିଲେ। ମିତାଙ୍କ ବାମ ଗୋଡରେ ତ କ୍ଷତ ଥିଲା, ଡ୍ରେସରର ଅବହେଳାରୁ ଡାହଣ ଗୋଡ଼ ମଧ୍ୟ କ୍ଷତି ହୋଇଯାଇଛି। ଏବେ ମିତାଙ୍କ ଦୁଇ ଗୋଡ଼ରେ କ୍ଷତ ହୋଇଥିବାରୁ ସେ ଚଳପ୍ରଚଳ କରିପାରୁ ନାହାନ୍ତି।

ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter http://bit.ly/2I10pS9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages