
ମୁମ୍ବାଇ: ପୁଣି ଦେଖିବାକୁ ମିଳିବ ଅଭିନେତ୍ରୀ ଜେନିଫର ୱିଗେଣ୍ଟ୍ଙ୍କ ଜଲୱା। ଶେଷଥର ପାଇଁ ତାଙ୍କୁ ‘ବେପନ୍ହା’ରେ ହର୍ଷଦ୍ ଚୋପ୍ରାଙ୍କ ସହ ପରଦାରେ ରୋମାନ୍ସ କରିଥିବା ଜେନିଫର ଏଥର କରନ୍ ୱାହିଙ୍କ ସହ ଆସୁଛନ୍ତି । କିନ୍ତୁ ଏଥରକ ଟିଭି ପରଦାରେ ନୁହେଁ ବରଂ ଡିଜିଟାଲ୍ ମିଡିଆରେ। ଜେନିଫର୍ଙ୍କ ଫ୍ୟାନ୍ମାନେ ଖୁବ୍ ଶୀଘ୍ର ତାଙ୍କୁ ସୋଶାଲ ମିଡିଆ ହ୍ୟାଣ୍ଡେଲ୍ରେ ଫେରିବାକୁ ଅନୁରୋଧ କରିଥିଲେ।
ଏବେ ଦର୍ଶକଙ୍କ ଇଚ୍ଛା ପୂରଣ ହୋଇଛି। ଜେନିଫର୍ ଓ କରନ୍ ୱାହି ନିକଟରେ ଏକ ଇନ୍ଷ୍ଟାଗ୍ରାମ୍ ଲାଇଭ୍ରେ ଆସି ତାଙ୍କୁ ଏହି ଖୁସି ଖବର ଦେଇଥିଲେ। ସେ ସମୟରେ ଜେନିଫର୍ ଖୁବ୍ ଖାସ୍ ଅନ୍ଦାଜ୍ରେ କରନ୍ଙ୍କୁ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନ କରିଥିଲେ।
କହିଥିଲେ, ‘‘ ମୁଁ ମୋର ଜଣେ ଖାସ୍ ବନ୍ଧୁଙ୍କ ସହ ଅଛି। ମୁଁ ୯ ବର୍ଷ ପରେ ତାଙ୍କ ସହ ଶୁଟିଂ କରୁଛି। ଆଉ ସେଥିପାଇଁ ମୁଁ ଖୁବ୍ ଉତ୍ସାହିତ ଅଛି।’’

ସୂଚନାଯୋଗ୍ୟ ଯେ, ଦୁହେଁ ‘ଦିଲ୍ ମିଲ୍ଗୟା’ରେ ସ୍ୱାମୀ ସ୍ତ୍ରୀଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଆଉ ଦୁହେଁ ଖୁବ୍ ଭଲ ବନ୍ଧୁ ମଧ୍ୟ। କରନ୍ ଓ ଜେନିଫର୍ ଦୁହେଁ ଏକାଠି କାମ କରିବାକୁ ଖୁବ୍ ଉତ୍ସାହିତ ଅଛନ୍ତି। ଆଉ ଦୁହେଁ ସେ ସମୟର ଓ ଏବେକାର ଶୁଟିଂ ମଧ୍ୟରେ ଥିବା ଅନ୍ତର ବିଷୟରେ କହିଛନ୍ତି ଯେ, କେମିତି ଦୁହେଁ ନିଜ ଓଜନ କମାଇ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଅଭ୍ୟାସ କରି ନେଇଛନ୍ତି।
ଜେନିଫର୍ କରନ୍ଙ୍କ ଲୁକ୍ର ପ୍ରଶଂସା ମଧ୍ୟ କରିଥିଲେ। କିଛି ଦିନ ପୂର୍ବରୁ ଜେନିଫର ଅଭିନୟରୁ ବ୍ରେକ୍ ନେଇ ନିଜ ଝିଅବନ୍ଧୁମାନଙ୍କ ସହ ଭ୍ୟାଲେଣ୍ଟାଇନ ଡେ ପାଲନ କରିଥିଲେ। ଏହା ସହ ନିଜ ବନ୍ଧୁମାନଙ୍କ ସହ ଗୋଆ ବୁଲିବାକୁ ମଧ୍ୟ ଯାଇଥିଲେ।
ସୂଚନା ମୁତାବକ ୨୦୧୨ରେ ଜେନିଫର ୱିଗେଣ୍ଟ୍ ନିଜ ବନ୍ଧୁ ତଥା ‘ଦିଲ୍ ମିଲ୍ ଗୟା’ର ସହ କଳାକାର କରନ୍ ସିଂହ ଗ୍ରୋଭରଙ୍କୁ ବିବାହ କରିଥିଲେ। ଆଉ ନଭେମ୍ବର ୨୦୧୪ରେ ଦୁହେଁ ଅଲଗା ହୋଇଯାଇଥିଲେ।
from Odisha Reporter https://ift.tt/2Itiybh
No comments:
Post a Comment