ବସ୍ତି ଛୁଆଙ୍କ ପାଇଁ ପ୍ରେରଣା ପାଲଟିଛି ୮ ବର୍ଷର ସୌରଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 1, 2019

ବସ୍ତି ଛୁଆଙ୍କ ପାଇଁ ପ୍ରେରଣା ପାଲଟିଛି ୮ ବର୍ଷର ସୌରଭ

yyuu000

ନୂଆଦିଲ୍ଲୀ: ବୟସ ମାତ୍ର ୮ ବର୍ଷ। ହେଲେ ପାଠର ମହତ୍ୱ କ’ଣ ସେ ବୁଝି ସାରିଛି। ଏଥିପାଇଁ ତ ସକାଳୁ ସକାଳୁ ଉଠି ପାଠ ପଢ଼ିବାକୁ ପ୍ରସ୍ତୁତ ହୋଇଯାଇଥାଏ ଓ ଆଖପାଖର ପିଲାମାନଙ୍କୁ ବି ବିଛଣାରୁ ଉଠାଇ ପଢ଼ିବାକୁ ପରାମର୍ଶ ଦେଇଥାଏ। ଏହା ହେଉଛି ଗ୍ରେଟର୍‌ ନୋଏଡାର ଡେଲଟା-୧ର ଏକ ବସ୍ତିରେ ରହୁଥିବା ସୌରଭର କାହାଣୀ।

ତୃତୀୟ ଶ୍ରେଣୀରେ ପଢ଼ୁଥିବା ସୌରଭ୍‌ ଏବେ ବସ୍ତିରେ ରହୁଥିବା ଅନ୍ୟ ଲୋକମାନଙ୍କ ପାଇଁ ପ୍ରେରଣା ପାଲଟିଛି।

ସୌରଭ ସକାଳୁ ଶୀଘ୍ର ଉଠି ବହି ଧରି ବସିପଡ଼େ। ଏହାସହ ବସ୍ତିରେ ରହୁଥିବା ଅନ୍ୟ ପିଲାମାନଙ୍କୁ ମଧ୍ୟ ସକାଳୁ ଶୀଘ୍ର ଉଠାଇ ଦିଏ। ଏହାପରେ ସମସ୍ତଙ୍କ ସହ ବହି ଧରି ପାଠପଢ଼ାରେ ବସିଯାଏ। ସକାଳ ୭ଟାରେ ଜଣେ ଶିକ୍ଷକ ସେମାନଙ୍କୁ ପଢ଼ାଇବାକୁ ଆସିଥାନ୍ତି। କେବେ କେବେ ଶିକ୍ଷକଙ୍କର ଆସିବାରେ ଡେରି ହୋଇଯାଏ। ହେଲେ ପିଲାମାନେ ଯେମିତି ବୁଲାବୁଲି କରିବାକୁ ନ ଯିବେ ଓ ବସିକି ପାଠ ପଢ଼ିବେ ତା’ ଉପରେ ସୌରଭ ନଜର ରଖିଥାଏ। ସେ ନିଜେ ପଢ଼ିବା ସହ ସବୁ ପିଲାଙ୍କୁ ପଢ଼ିବାକୁ ପ୍ରୋତ୍ସାହିତ କରିଥାଏ।

ସୌରଭର ପିତା ଭଜନ ଲାଲ ଓ ମା’ ଶାରଦା ଦିନ ମଜୁରିଆ ଭାବରେ କାମ କରନ୍ତି। ସୌରଭଙ୍କର ଗୋଟିଏ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି।

ଗରିବ ପିଲାମାନଙ୍କୁ ମାଗଣାରେ ବହି ଓ ଖାତା ବଣ୍ଟନ କରୁଥିବା ବୁକ୍‌ ବ୍ୟାଙ୍କ ସଂସ୍ଥାପକ ରାଘବେନ୍ଦ୍ର କୁମାର ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ ସୌରଭ ଦ୍ୱାରା କରାଇଥିଲେ।

ଗ୍ରେନୋର ସେକ୍ଟର ଗାମା-୧ରେ ସ୍କୁଲ କରିଥିବା ଉଷା ବସ୍ତିରେ ରହୁଥିବା ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି। ତାଙ୍କ ମତରେ ଅର୍ଥ ଅଭାବରୁ ବସ୍ତିର ଲୋକେ ସେମାନଙ୍କ ଛୋଟ ଛୋଟ ପିଲାଙ୍କୁ ବିଭିନ୍ନ କାମରେ ଲଗାଇ ଦେଇଥାନ୍ତି। ଫଳରେ ପିଲାମାନେ ଖରାପ ରାସ୍ତାକୁ ଚାଲିଯିବା ସହ ଅସାମାଜିକ କାର୍ଯ୍ୟରେ ଲିପ୍ତ ହୋଇଯାଇଥାନ୍ତି। ଏସବୁ ଦେଖି ମୋତେ ବହୁତ କଷ୍ଟ ଲାଗୁଥିଲା। ଏଥିପାଇଁ ବସ୍ତିରେ ରହୁଥିବା ଏପରି ପିଲାଙ୍କୁ ପାଠ ପଢ଼ାଇବାକୁ ମୁଁ ନିଷ୍ପତ୍ତି ନେଇଥିଲି।”



from Odisha Reporter http://bit.ly/2G2DAf1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages