
ଭଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ପ୍ରାୟତଃ ଆମେ ଖାଇସାରିବା ପରେ ପରେ ସଙ୍ଗେ ସଙ୍ଗେ ପାଣି ପିଇ ଥାଉ। ଆଉ କିଛି ଲୋକଙ୍କର ଖାଇବା ମଝିରେ ପାଣି ପିଇବାର ଅଭ୍ୟାସ ରହିଛି। ହେଲେ ଆପଣ ଜାଣନ୍ତି କି ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ଆମ ପାଇଁ କେତେ କ୍ଷତିକାରକ ? ଆଜି ଆମେ ଆପଣଙ୍କୁ ସେ ବିଷୟରେ କହିବୁ।
ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇଲେ ଶରୀରରେ ପ୍ରସ୍ତୁତ ହେଉଥିବା ପାଚକ ରସର ତାପମାତ୍ରା କମି ଯାଏ। ଏଥିଯୋଗୁଁ ଖାଦ୍ୟ ହଜମ ହେବାରେ ସମସ୍ୟା ହୁଏ। କେବଳ ଏତିକି ନୁହେଁ, ଥଣ୍ଡା ପାଣି ପିଇବା ପେଟରେ କାମ କରୁଥିବା କିଛି ଯନ୍ତ୍ର ସଙ୍କୁଚିତ ହୋଇଯାଏ। ଫଳରେ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଯାଏ। ଏଥିପାଇଁ ଖାଦ୍ୟଗ୍ରହଣର ଏକ ଘଣ୍ଟା ପରେ ହଁ ପାଣି ପିଅନ୍ତୁ।
ଖାଇବା ପରେ ତୁରନ୍ତ ଥଣ୍ଡା ପାଣି ପିଇଲେ ପାଚନ କ୍ରିୟା ଧୀମା ହୋଇଯାଏ। ପାଣି ଖାଦ୍ୟ ସହିତ ମିଶି ପେଟରେ ଥିବା ଏସିଡ୍ ସଂସ୍ପର୍ଶରେ ଆସି ଖାଦ୍ୟ ହଜମ ହୋଇଯାଏ। ପୁଣି ଥରେ ଭୋକ ଲାଗେ। ଫଳରେ ମୋଟାପଣ ଭଳି ସମସ୍ୟା ଦେଖାଯାଏ।
ଖାଇବା ପରେ ସଙ୍ଗେ ସଙ୍ଗେ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରର ପାଚନ ଶକ୍ତି କମିଯାଏ। ଏହା ଶରୀରର ଇମ୍ୟୁନ୍ ସିଷ୍ଟମ ଉପରେ ପ୍ରଭାବ ପକାଇଥାଏ। ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ।
ଖାଦ୍ୟ ଖାଇବାର ତୁରନ୍ତ ପରେ ଥଣ୍ଡା ପାଣି ପିଇଲେ ହୃଦୟ ପ୍ରତି ବିପଦ ବଢ଼ିଯାଏ। ଖାଦ୍ୟ ଗ୍ରହଣର ଅଧଘଣ୍ଟା ପର୍ଯ୍ୟନ୍ତ ପାଣି ପିଇବା ଅନୁଚିତ୍। କାରଣ ତୁରନ୍ତ ଥଣ୍ଡା ପାଣି ଶରୀର ଭିତରକୁ ଗଲେ ହୃଦ୍ଘାତ ହେବାର ଆଶଙ୍କା ବଢ଼ିଯାଏ।
from Odisha Reporter http://bit.ly/2DRE985
No comments:
Post a Comment