
ଭୁବନେଶ୍ୱର(ଓଡିଶା ରିପୋର୍ଟର): “ଏ ଦେଶର ବୀର ଯବାନମାନଙ୍କୁ ଶତ ପ୍ରଣିପାତ। ଆମ ଆଖିରେ ସୁଖନିଦ୍ରା ଦେଉଥିବା ସେ ବୀର ପୁଙ୍ଗବମାନେ ଚିରନିଦ୍ରାକୁ ବରଣ କରିଛନ୍ତି। ରକ୍ତରେ ସ୍ନାନ କରିଛି ମା’ ଭାରତୀଙ୍କ ବକ୍ଷ। ମା’ର ସୁରକ୍ଷା ପାଇଁ ନିଜ ଜୀବନକୁ ପାଣିଛଡେଇ ଦେଇଥିବା ଏହି ବୀର ଯବାନ ଯୁଗେଯୁଗେ ଅମର ହୋଇ ରହିବେ। ଏ ଜାତି ତାଙ୍କ ପାଖରେ ମୁଣ୍ଡ ନୁଆଁଉଛି।”

ଏମିତି କିଛି ଭାବରେ ନୀରବି ଯାଇଥିଲା ପୋଥୋତ୍ସବ। କେଉଁଠି ଅଶ୍ରୁପୂର୍ଣ୍ଣ ନୟନରେ ଲୋକେ ଜାଳୁଥିଲେ ମହମବତୀ ତ କେଉଁଠି ଧୂପ ଦେଇ ପୂଜା ଯାଉଥିଲା ମହାନ୍ ସହିଦ୍ ବୀରମାନଙ୍କୁ । ପୁଲୱାମା ବିସ୍ଫୋରଣରେ ପ୍ରାଣ ବଳି ଦେଇଥିବା ବୀର ଯବାନମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସଂଗଠନ ପକ୍ଷରୁ ଏମିତି ପରଷା ଯାଇଥିଲା ମରମ ବେଦନା।

କିଏ ବୀର ଯବାନଙ୍କ ଛବି ଆଙ୍କୁଥିଲା ତ ଆଉ କିଏ ମୁଁହରେ ବୀର ସୈନିକର ମୁଖା ଢାମ୍ପି ବୁଲୁଥିଲା। ଖାଲି ସେତିକି ନୁହେଁ, ଆଉ କିଏ ଯବାନଙ୍କ ଫଟୋଚିତ୍ର ପାଖେ ଦୀପ ଜାଳି ଲୁହ ବି ନିଗାଡୁଥିବା ଦୃଶ୍ୟକୁ ପ୍ରତ୍ୟକ୍ଷ କରିଥିଲା ଆଜିର ନିଆରା ପଥୋତ୍ସବ। ମତାମତ ନେଉନେଉ ଶୁଣିବାକୁ ମିଳିଥିଲା ସେ ଦିବଙ୍ଗତ ବୀର ଖାଲି ଗୋଟିଏ ମାଆର ପୁଅ ନ ଥିଲା ଏ ଜାତୀର ଥିଲା ଗେଲବସର।

ପ୍ରତି ରବିବାର ଭଳି ନାଚ ଗୀତରେ ଫାଟି ପଡୁଥିବା ପଥୋତ୍ସବ ଆଜି କିନ୍ତୁ ନୀରବି ଯାଇଥିଲା। ମଞ୍ଚ ଉପରୁ ଶୁଭୁଥିଲା ବର୍ଡର ଫିଲ୍ମର ସେହି ଲୋମଟାଙ୍କୁରା ସଙ୍ଗୀତ।
“କେ ଘର୍ କବ୍ ଆଓଗେ….
ଲିଖୋ କବ୍ ଆଓଗେ….
ୟେ ତୁମ୍ ବିନ୍ ୟେ ଘର
ସୁନା ସୁନା ହେ…..
ସନ୍ଦେସେ ଆତେ ହେ….
ହମେ ତଡ୍ ପାତେ ହେ…..
ଲିଖୋ କବ୍ ଆଓଗେ…..”

from Odisha Reporter http://bit.ly/2DJD5Tw
No comments:
Post a Comment