ସତରେ କ’ଣ ପୁଲୱାମା ଆକ୍ରମଣରେ ୧୩ ସ୍ନିଫର ଡଗ୍‌ଙ୍କ ମୃତ୍ୟୁ ହୋଇଥିଲା ? ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ସତରେ କ’ଣ ପୁଲୱାମା ଆକ୍ରମଣରେ ୧୩ ସ୍ନିଫର ଡଗ୍‌ଙ୍କ ମୃତ୍ୟୁ ହୋଇଥିଲା ? ଜାଣନ୍ତୁ

ପୁଲୱାମା:ଗତ ଫେବୃଆରୀ ୧୪ ତାରିଖରେ ଜମ୍ମୁକଶ୍ମୀର ପୁଲୱାମାରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏଥିରେ ୪୦ ଜଣ ଯବାନ ସହିଦ୍‌ ହୋଇଥିଲେ। ତେବେ ଏହି ଘଟଣାକୁ ସାରା ଦେଶ ନିନ୍ଦା କରିଥିବା ବେଳେ ସୋଶାଲ ମିଡିଆରେ ଅନେକ ପ୍ରକାର ସତ-ମିଛ ଖବର ପ୍ରସାରିତ ହେବାରେ ଲାଗିଛି। ପୁଲୱାମା ବିସ୍ଫୋରଣରେ ସେନା ତାଲିମ ପ୍ରାପ୍ତ ୧୩ଟି ସ୍ନିଫର ଡଗ୍‌ଙ୍କ ମୃତ୍ୟୁ ଘଟିଥିବା ସୋଶାଲ ମିଡିଆରେ ଏକ ଗୁଜବ ପ୍ରଚାର ହୋଇଥିଲା। ୪୦ ଜଣ ଯବାନଙ୍କ ସହିତ ୧୩ଟି ସେନା କୁକୁର ମଧ୍ୟ ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ପ୍ରଚାର ହୋଇଥିଲା। ତେବେ ଏହି ଖବର ମିଛ ବୋଲି ସିଆରପିଏଫ୍‌ ପକ୍ଷରୁ ଜାତୀୟ ଗଣମାଧ୍ୟମ ‘ଦ କ୍ୱିଣ୍ଟ’କୁ ସୂଚନା ଦିଆଯାଇଥିବା ଉକ୍ତ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ସିଆର୍‌ପିଏଫ୍‌ ଅଫିସ୍‌ ପକ୍ଷରୁ ‘ଦ କ୍ୱିଣ୍ଟ’କୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆକ୍ରମଣରେ କୌଣସି ସେନା କୁକୁର ପ୍ରାଣ ହରାଇ ନାହାନ୍ତି। ଏହା ଏକ ମିଛ ଖବର। ଏଥିରେ କେବଳ ୪୦ ସିଆପିଏଫ୍‌ ଯବାନମାନେ ହିଁ ସହିଦ୍‌ ହୋଇଛନ୍ତି। ତେବେ ସିଆର୍‌ପିଏଫ୍‌ ଅଫିସ୍‌ ପକ୍ଷରୁ ଏହି ସୂଚନା ଦିଆଯିବା ପରେ ଏହି ମିଛ ଖବରକୁ ପୋଷ୍ଟ କରିଥିବା ୟୁଜର୍‌ ଅଂଶୁ ଏସ୍‌ ଭାସ୍ୱାମୀ ତାଙ୍କ ପୋଷ୍ଟକୁ ଡିଲିଟ୍‌ କରି ଦେଇଛନ୍ତି।

ଘଟଣା ଅନୁସାରେ ଜମ୍ମୁକଶ୍ମୀରର ପୁଲୱାମା ଜିଲ୍ଲାରୁ ଗତ ଗୁରୁବାର ସିଆର୍‌ପିଏଫ୍‌ର ୨୫୪୭ ଜଣ ଯବାନ ଟ୍ରେନିଂ ସାରି ଫେରୁଥିଲେ। ୭୮ଟି ବସ୍‌ରେ ଏହି ଯବାନମାନେ ରହିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଯବାନଙ୍କ ବସ ସହ ଧକ୍କା କରି ଭୟଙ୍କର ବିସ୍ଫୋରଣ ଘଟାଇଥିଲେ। ଏଥିରେ ୪୦ ଜଣ ଯବାନ ସହିଦ୍‌ ହୋଇଥିଲେ।

ତେବେ ସ୍ନିଫର ଡଗ୍‌ ହେଉଛନ୍ତି ବିଏସ୍‌ଏଫ୍‌ ଯବାନଙ୍କ ସାଥୀରେ ରହି ସୀମାନ୍ତରେ ଦେଶକୁ ସୁରକ୍ଷା ଦେଉଥିବା ଉନ୍ନତ ପ୍ରଜାତିର କୁକୁର। ଏମାନଙ୍କୁ ବିଏସ୍‌ଏଫ୍‌ ଏକାଡେମିସ୍ଥିତ ଜାତୀୟ କୁକୁର ପ୍ରଶିକ୍ଷଣ କେନ୍ଦ୍ରରୁ(ଏନ୍‌ଟିସିଡି) ବିଧିବଦ୍ଧ ତାଲିମ ଦିଆଯାଇଥାଏ।



from Odisha Reporter http://bit.ly/2IkwwfK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages