
ନୂଆଦିଲ୍ଲୀ: ସାରଦା ଚିଟ୍ଫଣ୍ଡ ଦୁର୍ନୀତି ଘଟଣାରେ ସିବିଆଇ ଆସନ୍ତା ୯ ତାରିଖରେ କୋଲକାତା ପୁଲିସ୍ କମିଶନର ରାଜୀବ କୁମାରଙ୍କୁ ଜେରା କରିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମେଘାଳୟର ଶିଲଂଠାରେ ତାଙ୍କୁ ସିବିଆଇ ପଚରାଉଚରା କରିବ ବୋଲି ଆଜି ସୂଚନା ମିଳିଛି। ସୁପ୍ରିମକୋର୍ଟ ଶ୍ରୀ କୁମାରଙ୍କୁ ସିବିଆଇକୁ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦ୍ନୁଯାୟୀ ଶ୍ରୀ କୁମାର ସିବିଆଇ ଜେରାର ସମ୍ମୁଖୀନ ହେବେ।
ଶ୍ରୀ କୁମାର ସାରଦା ଓ ଅନ୍ୟ ପୁଞ୍ଜି ଦୁର୍ନୀତିର ତଦନ୍ତ ପାଇଁ ଗଠନ ହୋଇଥିବା ଏସ୍ଆଇଟିର ମୁଖ୍ୟ ରହିଥିଲେ। ଏବେ ସିବିଆଇ ଏହି ଦୁର୍ନୀତିର ତଦନ୍ତ କରୁଥିବାରୁ ସଂସ୍ଥା ଘଟଣାର ତଥ୍ୟ ରାଜୀବ କୁମାରଙ୍କଠାରୁ ଆଣିବାକୁ ଚାହୁଁଛି।
ଶ୍ରୀ କୁମାରଙ୍କୁ ଜେରା କରିବା ପାଇଁ ଦିଲ୍ଲୀ, ଭୋପାଲ ଓ ଲକ୍ଷ୍ନୌର ୧୦ ଜଣ ଅଫିସରଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏମାନେ ଫେବୃଆରୀ ୨୦ ଯାଏ ଏହି ତଦନ୍ତରର ଦାୟିତ୍ୱରେ ରହିଛନ୍ତି। ଏହି ସମୟସୀମା ମଧ୍ୟରେ ଶ୍ରୀ କୁମାରଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଏହି ଅଧିକାରୀମାନେ ଜେରା କରିବେ।
ରବିବାର ସିବିଆଇର ଏକ ଟିମ୍ ରାଜୀବ କୁମାରଙ୍କୁ ଜେରା କରିବାକୁ କୋଲକାତାରେ ପହଞ୍ଚିଥିଲା। କିନ୍ତୁ ଏହାକୁ ବିରୋଧ କରି ୩ ଧରି ଡ୍ରାମା ଦେଖିବାକୁ ମିଳିଥିଲା। ଶେଷରେ ସୁପ୍ରିମକୋର୍ଟ ରାଜୀବ କୁମାରଙ୍କୁ ସିବିଆଇ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
from Odisha Reporter http://bit.ly/2taspbJ
No comments:
Post a Comment