ଚିକିତ୍ସା ଅବେହଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ହସ୍‌ପିଟାଲ୍‌ରେ ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଚିକିତ୍ସା ଅବେହଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ହସ୍‌ପିଟାଲ୍‌ରେ ଉତ୍ତେଜନା

medical

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ସହିଦନଗର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍‌ପିଟାଲ୍‌ରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକ ଅଭିଯୋଗ କରିବା ସହିତ ପାଟିତୁଣ୍ଡ କରିଥିଲେ।

ମୃତ ମହିଳାଙ୍କ ନାଁ ଇତିଶ୍ରୀ ମିଶ୍ର। ତାଙ୍କ ଘର ଭୀମଟାଙ୍ଗି ଅଞ୍ଚଳରେ।

ଗତ ୭ ତାରିଖ ଦିନ ଇତିଶ୍ରୀଙ୍କୁ ଏହି ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଫୁସ୍‌ଫୁସ୍‌ରେ ସମସ୍ୟା ଦେଖାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବେହଳା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବୁଝାସୁଝା କରିବା ପରେ ସେମାନେ ଇତିଶ୍ରୀଙ୍କ ମୃତଦେହକୁ ଘରକୁ ନେଇଥିଲେ।

ଇତିଶ୍ରୀଙ୍କ ପୁଅ କହିଛନ୍ତି,“୭ ତାରିଖ ଦିନ ମୋ ବୋଉକୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲୁ। ଗତକାଲି ୧୧ଟା ବେଳେ ବୋଉ ଭଲ ହୋଇଯିବ ବୋଲି ମୋତେ ଡାକ୍ତର କହିଥିଲେ। ୪ ରୁ ୫ ଦିନ ଭିତରେ ଭେଣ୍ଟିଲେଟରରୁ ବାହାର କରାଯାଇ ୱାର୍ଡକୁ ନିଆଯିବ ବୋଲି ବି କହିଥିଲେ। ତେବେ ଗତକାଲି ଗୋଟାଏ ବେଳେ ଛାତି ଏକ୍ସରେ କରିବା ପାଇଁ କହିଥିଲେ। ମୁଁ ପଚାରିବାରୁ ଡାକ୍ତର ବିରକ୍ତି ହୋଇଥିଲେ। ଆଜି ସକାଳେ ବୋଉର ହାର୍ଟ ଚାଲୁନାହିଁ ବୋଲି ଡାକ୍ତର ମୋତେ କହିଥିଲେ। ଚିକିତ୍ସା ଅବହେଳାରୁ ମୋ ବୋଉର ମୃତ୍ୟୁ ଘଟିଛି। ବିଲ୍‌ରେ ମଧ୍ୟ ଫର୍ଜରୀ କରାଯାଇଛି।”



from Odisha Reporter http://bit.ly/2teNz8G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages