
ଛତ୍ରପୁର (ଆଲୋକ ଗୌଡ଼): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦିଗି ଗାଁରେ ବୋମା ଫୁଟି ନାରାୟଣ ସେଠୀ ନାମକ ଜଣେ ୮ ବର୍ଷର ବାଳକ ଗୁରୁତର ଆହତ ହୋଇଛନ୍ତି। ନାରାୟଣ ଖେଳୁଥିବା ବେଳେ ବୋମାଟି ହଠାତ୍ ଫୁଟିଥିଲା। ତାଙ୍କୁ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଶରୀରର ବିଭିନ୍ନ ଅଂଶ କ୍ଷତିଗ୍ରସ୍ତ ହୋଇଛି।
ବିସ୍ଫୋରଣ ଶବ୍ଦ ଶୁଣି ପାଖ ପଡ଼ୋଶୀ ଘଟଣା ସ୍ଥଳରେ ପହଞ୍ଚି ନାରାୟଣଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଗତକାଲି ଘଟିଥିବା ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବୋମାଟି କେଉଁଠୁ ଆସିଲା ? ପିଲାଟିକୁ ଟାର୍ଗେଟ୍ କରି ବୋମା ଖଞ୍ଜା ଯାଇଥିଲା କି ଅନ୍ୟ କିଛି କାରଣ ରହିଛି, ତାହାର ତଦନ୍ତ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
from Odisha Reporter https://ift.tt/2SMAT81
No comments:
Post a Comment