ହ୍ୱାଟସ୍‌ ଆପ୍‌ ଆଣିଲା ନୂଆ ଲକ୍‌ ଫିଚର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ହ୍ୱାଟସ୍‌ ଆପ୍‌ ଆଣିଲା ନୂଆ ଲକ୍‌ ଫିଚର୍‌

ଭୁବନେଶ୍ୱର: ଆଇଫୋନ୍‌ ୟୁଜରଙ୍କର ସବୁବେଳେ ଗୋଟିଏ ସମସ୍ୟା, ଯେ ତାଙ୍କ ଫୋନ୍‌ରେ ହ୍ୱାଟ୍ସଆପ୍‌ ଲକ୍‌ ହେଉନାହିଁ। ଆଣ୍ଡ୍ରଏଡ୍‌ ପାଇଁ ବି ଏହି ଲକ୍‌ ଫିଚର୍‌ ନାହିଁ। କିନ୍ତୁ ପ୍ଲେ ଷ୍ଟୋରରେ ଉପଲବ୍ଧ କିଛି ଥାର୍ଡ଼ ପାର୍ଟି ଆପ୍‌ ବ୍ୟବହାର କରି ଆମେ ଏହାକୁ ଲକ୍‌ କରିପାରିବା। ହେଲେ ଏହି ସୁବିଧା ଆଇଫୋନ୍‌ ୟୁଜରଙ୍କ ପାଇଁ ନାହିଁ। ତେବେ ଆଇଫୋନ୍‌ର ଏହି ସମସ୍ୟା ଦୂର କରିବା ଲାଗି ହ୍ୱାଟସ୍‌ ଆପ୍‌ ଏବେ iOS ୟୁଜରଙ୍କ ପାଇଁ ଲକ୍‌ ଫିଚର ଆଣିଛି।

ଯଦି ଆପଣ ଆଇଫୋନ୍‌ ବ୍ୟବହାର କରୁଛନ୍ତି ତେବେ ନିଜ ହ୍ୱାଟସ୍‌ ଆପ୍‌ ଭର୍ସନ୍‌କୁ ଅପଡେଟ୍‌ କରିଦିଅନ୍ତୁ। କାରଣ ହ୍ୱାଟସ୍‌ ଆପ୍‌ ୨.୧୯.୨୦ ଭର୍ସନ୍‌ରେ ଲକ୍‌ ଫିଚର ଦିଆସରିଛି। ଏହି ଲକ୍‌ ଫିଚର ଦୁଇ ପ୍ରକାରର ରହିଛି। ଗୋଟିଏ ହେଉଛି ଫେସ୍‌ ଆଇଡି ଅନ୍ୟଟି ହେଉଛି ଟଚ୍‌ ଆଇଡି। ଫେସ୍‌ ଲକ୍‌ ପାଇଁ ଆପଣଙ୍କ ପାଖରେ iPhone X, XS, XS Max କିମ୍ବା XR ଫୋନ୍‌ ଥିବା ଦରକାର। ଆଉ ଟଚ୍‌ ଆଇଡି ଯେଉଁମାନଙ୍କ ଫୋନ୍‌ରେ ଅଛି ସେମାନେ ଟଚ୍‌ ଆଇଡି ଦ୍ୱାରା ହ୍ୱାଟସ୍‌ ଆପ୍‌ ଲକ୍‌ କରିପାରିବେ।

କେମିତି କରିବେ ଆକ୍ଟିଭ୍?

ଏହି ନୂଆ ଫିଚରକୁ ଆକ୍ଟିଭ୍‌ କରିବାଲାଗି ପ୍ରଥମେ ଆପଣଙ୍କୁ ହ୍ୱାଟସ୍‌ ଆପ୍‌ ଅପଡେଟ୍‌ କରିବାକୁ ହେବ। ଏହାପରେ ସେଟିଂରେ ଯାଇ Privacyକୁ ସିଲେକ୍ଟ କରନ୍ତୁ। ଏଠି ସବୁଠୁ ଶେଷରେ Screen Lock ଥିବ, ଏହା ଉପରେ ଟ୍ୟାପ୍‌ କଲେ Require Face ID/Touch ID ଅପ୍‌ଶନ୍‌ ଆସିଯିବ। ଏବେ ଆପଣଙ୍କୁ Immediately, ୧ ମିନିଟ୍, ୧୫ ମିନିଟ୍ ଓ ୧ ଘଣ୍ଟାର ବିକଳ୍ପ ମିଳିବ। ଏଗୁଡ଼ିକର ଅର୍ଥ ହେଉଛି ଆପଣ ହ୍ୱାଟସ୍‌ ଆପ୍‌କୁ କେବେ ଓ କେତେ ସମୟ ପାଇଁ ବିନା ଲକ୍‌ରେ ରଖିବାକୁ ଚାହୁଁଛନ୍ତି। Immediately ଅପଶନ୍‌କୁ ସିଲେକ୍ଟ କରିବା ପରେ ଆପଣ ଯେବେ ବି ହ୍ୱାଟସ୍‌ ଆପ୍‌ ଖୋଲିବେ ଏହା ଆପଣ ଦେଇଥିବା ଫେସ୍‌ ଆଇଡି କିମ୍ବା ଟଚ୍‌ ଆଇଡି ମାଗିବ। ହେଲେ ଅନ୍ୟ ଅପଶନ୍‌ ସିଲେକ୍ଟ କଲେ କିଛି ସମୟ ପରେ ହ୍ୱାଟସ୍‌ ଆପ୍‌ ଲକ୍‌ ହେବ।

କମ୍ପାନୀ ମୁତାବକ ଯଦି ଆପଣଙ୍କ ହ୍ୱାଟସ୍‌ ଆପ୍‌ ଲକ୍‌ ଅଛି, ହେଲେ ନୋଟିଫିକେଶନ୍‌ରେ ମେସେଜ୍‌ ଆସୁଛି, ତେବେ ଆପଣ ବିନା ଅନଲକ୍‌ କରି ଏହାକୁ ପଢ଼ିପାରିବେ ଓ ରିପ୍ଲାଇ ମଧ୍ୟ କରିପାରିବେ। ସୂଚନା ମୁତାବକ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ମଧ୍ୟ ଏହିଭଳି ଫିଚର୍‌ର ଟେଷ୍ଟିଂ କରାଯାଉଛି।



from Odisha Reporter http://bit.ly/2GsruLx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages