ଯବାନଙ୍କୁ ଏୟାର ଲିଫ୍ଟ ପାଇଁ ମନା କରାଯାଇନଥିଲା: କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ଯବାନଙ୍କୁ ଏୟାର ଲିଫ୍ଟ ପାଇଁ ମନା କରାଯାଇନଥିଲା: କେନ୍ଦ୍ର

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ଭଳି ସମ୍ବେଦନଶୀଳ ରାଜ୍ୟରେ ୨୫୦୦ ସିଆରପିଏଫ୍‌ ଯବାନଙ୍କୁ ସଡ଼କ ଯୋଗେ ନିଆଯିବାକୁ ନେଇ ବିବାଦ ସୃଷ୍ଟି ହେବା ସହିତ ସେମାନଙ୍କୁ ଆକାଶ ମାର୍ଗରେ ନେବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସରକାର ଏହାକୁ ମନାକରି ଦେଇଥିଲେ ବୋଲି ଅଭିଯୋଗ ହୋଇଆସୁଛି। କିନ୍ତୁ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଯାତ୍ରା ସମୟ ବଞ୍ଚାଇବାପାଇଁ ସବୁ କ୍ଷେତ୍ରରେ ବିମାନ ସେବାକୁ ବୃଦ୍ଧି କରାଯାଇଛି।

ବେଳେବେଳେ ଲଜିଷ୍ଟିକ୍ସ ଏବଂ ଅପରେସନଗତ ସୁବିଧା ଦୃଷ୍ଟିରୁ ସଡ଼କ ଯୋଗେ ଯବାନମାନଙ୍କୁ ଯିବାକୁ ପଡ଼ିଥାଏ ଏବଂ ଏ କ୍ଷେତ୍ରରେ ତାହାହିଁ ହୋଇଥିଲା । ଅନ୍ୟ ପକ୍ଷରେ, ଗତ କିଛି ବର୍ଷରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ(ସିଏପିଏଫ୍‌) ପାଇଁ ଉଭୟ ଡ୍ୟୁଟିକୁ ଆସିବାରେ ଏବଂ ଘରକୁ ଫେରିବା ସମୟରେ ବିମାନ ଯାତାୟାତ ବ୍ୟବସ୍ଥା ଆହୁରି ବ୍ୟାପକ କରାଯାଇଛି।

ଏହି ଅବସରରେ ଆହୁରି ମଧ୍ୟ କୁହାଯାଇଛି, “ଜମ୍ମୁକଶ୍ମୀରରେ ଯବାନଙ୍କ ପାଇଁ ଏୟାର କୁରିଅର ସର୍ଭିସ୍‌ ଆରମ୍ଭ ହୋଇସାରିଛି। ଆରମ୍ଭରୁ ଏହା ଜମ୍ମୁ-ଶ୍ରୀନଗର-ଜମ୍ମୁ ଥିଲା। ଡିସେମ୍ବର ୨୦୧୭ରେ ଏହାର ପରିସର ଦିଲ୍ଲୀ-ଜମ୍ମୁ-ଶ୍ରୀନଗର-ଜମ୍ମୁ-ଦିଲ୍ଲୀ କ୍ଷେତ୍ରକୁ ବଢ଼ାଯାଇଥିଲା। ଡିସେମ୍ବର ୨୦୧୮ରେ ବିମାନ ସୁବିଧାକୁ ବଢ଼ାଇଦେଇ ଦିଲ୍ଲୀ-ଜମ୍ମୁ-ଶ୍ରୀନଗର-ଜମ୍ମୁ-ଦିଲ୍ଲୀକୁ ସପ୍ତାହକୁ ୭ଟି ବିମାନ ଏବଂ ଶ୍ରୀନଗର-ଜମ୍ମୁ-ଶ୍ରୀନଗରକୁ ସପ୍ତାହକୁ ୪ଟି ବିମାନ ବ୍ୟବସ୍ଥା କରାଯାଇଛି।”

ଏତଦ୍‌ବ୍ୟତୀତ ଯେତେବେଳେ ବି ଆବଶ୍ୟକ ପଡ଼େ ଏୟାର ଫୋର୍ସ ପକ୍ଷରୁ ମଧ୍ୟ ବିମାନ ଯୋଗାଇ ଦିଆଯାଏ ଓ ସେନା କ୍ଷେତ୍ରରେ ମଧ୍ୟ ତାହା ଲାଗୁ ହୁଏ ବୋଲି କୁହାଯାଇଛି।



from Odisha Reporter http://bit.ly/2SUPiyp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages