
ସୁନ୍ଦରଗଡ଼ (ବିଜୟ ବରୁଆ): ଜଙ୍ଗଲ ହ୍ରାସ ହେଉ କି ଖାଦ୍ୟାଭାବ, ରାଜ୍ୟରେ ବିଭିନ୍ନ ସ୍ଥାନରେ ହାତୀ ପଲ ବାରମ୍ବାର ସହର ମଧ୍ୟକୁ ପ୍ରବେଶ କରୁଥିବା ନଜିର ରହିଛି। ସୁନ୍ଦରଗଡ଼ ସହରରେ ଏବେ ଏକ ଦନ୍ତାହାତୀ ଉତ୍ପାତ ମଚାଇଛି। ହାତୀଟି ରୋମାନ କାଥୋଲିକ୍ ଚର୍ଚ୍ଚ ପରିସରରେ ଥିବା ଶାଗୁଆନ ବଣ ଭିତରେ ରହିଛି।
ସହର ମଧ୍ୟକୁ ହାତୀଟି ପଶିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।
ବନବିଭାଗ କର୍ମଚାରୀ ହାତୀକୁ ଘେରି ରହିଛନ୍ତି। ହାତୀ ଘୋଉଡ଼ାଇବା ସ୍କ୍ୱାର୍ଡ ଘଟଣାସ୍ଥଳରେ ରହିଛି। ଦିନ ବେଳା ହାତୀକୁ ଘୋଉଡ଼ାଇବା ସମ୍ଭବ ନଥିବାରୁ ତା’ ଗତିବିଧି ଉପରେ ନଜର ରଖାଯାଇଛି। ରାତିରେ ହାତୀ ଘଉଡାଇବା କାମ ଆରମ୍ଭ ହେବ ବୋଲି ବନ ବିଭାଗର ଜଣେ କର୍ମଚାରୀ କହିଛନ୍ତି।
ତେବେ ହାତୀଟିକୁ ଦେଖିବାକୁ ଅଞ୍ଚଳରେ ଗହଳି ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ କୌଣସି ଅଘଟଣ ଆଶଙ୍କାକୁ ଦୃଷ୍ଟିରେ ରଖି ପୁଲିସ୍ ମୁତୟନ କରାଯାଇଛି।
ପୂର୍ବରୁ କଟକ ସିଡିଏରେ ହାତୀ ପଲ ପଶିବା ସହ ଆତଙ୍କ ମଚାଇଥିଲେ। ସେହିପରି ଢେଙ୍କାନାଳ, ବାରିପଦା ଓ କାମାକ୍ଷାନଗର ସହର ମଧ୍ୟରେ ହାତୀ ପଶି ଉତ୍ପାତ ମଚାଇ ଥିଲେ।
from Odisha Reporter https://ift.tt/2GXJoWN
No comments:
Post a Comment