
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଗଳ୍ପ, କବିତା, ଭ୍ରମଣ ଉପନ୍ୟାସ ଠାରୁ ଆରମ୍ଭ କରି ଅନ୍ୟ ଭାରତୀୟ ଭାଷାର ସାହିତ୍ୟ ସମ୍ପର୍କରେ ଗପସପର ଏକ ନିଆରା ପର୍ବ ଥିଲା ‘ସୃଜନ ସମ୍ପର୍କ’। ଏହି ଗପସପକୁ ଅଧିକ ଆକର୍ଷଣୀୟ କରିଥିଲେ ବିଶିଷ୍ଟ ସାହିତ୍ୟିକ ଦେବ୍ଦାସ୍ ଛୋଏରାୟ ଏବଂ ଗୌରହରି ଦାସ।

ଦିଲ୍ଲୀର ପ୍ରକାଶନ ସଂସ୍ଥା ‘ଫିଙ୍ଗର ପ୍ରିଣ୍ଟ’ ଏବଂ କଟକର ‘ସୃଜନ ଇଣ୍ଡିଆ’ର ମିଳିତ ଆୟୋଜନରେ ରବିବାର ଭୁବନେଶ୍ୱରସ୍ଥିତ ହୋଟେଲ୍ ସିତଲ୍ ଠାରେ ଆୟୋଜିତ ଏହି ନିଆରା ସାହିତ୍ୟ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିଥିଭାବେ ଯୋଗ ଦେଇଥିଲେ କବି ଓ ଚଳଚ୍ଚିତ୍ର ଲେଖକ ବିଜୟ ମଲ୍ଲ, ହିନ୍ଦୀ କବି ମଙ୍ଗଲେସ୍ ଡବରାଲ୍, ପଙ୍କଜ ବସ୍ତ୍, ଓମା ଶର୍ମା, ଶ୍ରୀରାମ କରୀ ପ୍ରମୁଖ। ‘ସାଂପ୍ରତିକ ସମୟର ଲେଖକ, ପାଠକ ଓ ପ୍ରକାଶକ’ ଶୀର୍ଷକ ଆଲୋଚନାରେ ଦେବ୍ଦାସ୍ ଛୋଟରାୟ କହିଥିଲେ, ମୋ ଏକଲାପଣକୁ ଦୂର କରିବା ପାଇଁ ମୁଁ ଅନେକ ସମୟରେ ଲେଖେ।

ସେହିପରି ଗୌରହରି ଦାସ କହିଥିଲେ, ମୋ ଜୀବନର ପ୍ରେମ ହେମନ୍ତ ଋତୁ ପରି। କେବେ ଆସି କେବେ ଚାଲିଗଲା ତାହା ଅଜଣା ରହିଗଲା। ଦୁଃଖ, କଷ୍ଟ ଓ ସଂଘର୍ଷମୟ ଜୀବନ ଭିତରେ ମୁଁ ସେଇ ସବୁକୁ ନେଇ ଯାହା ଲେଖିଛି ସେଥିରେ ବିଶେଷ ଭାବରେ ପ୍ରେମ ନାହିଁ। ଅଭାବୀ ପରିବାରରୁ ଆସିଥିବା ଗୋଟେ ପିଲା ପାଇଁ ପ୍ରେମ ହେମନ୍ତ ଋତୁ ପରି ବୋଲି ସେ କହିଥିଲେ। ଏହି ଅବସରରେ କବିତା ପାଠ ସାଙ୍ଗକୁ ଗଳ୍ପ ପାଠ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ସେହିପରି ସୃଜନ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଥିବା ନୂତନ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ନୂତନ ପୁସ୍ତକ ମଧ୍ୟରେ କଥାକାର ଅମରେଶ ବିଶ୍ୱାଳଙ୍କର ଭ୍ରମଣ ଉପନ୍ୟାସ ‘ଚାଇନାର ଚରିତ୍ର’, ଅରବିନ୍ଦ ରାୟଙ୍କ ‘ଚନ୍ଦ୍ରକଳାର ଚିଠି’, ଅନିଲ ପାଢ଼ୀଙ୍କ ‘ଷ୍ଟାପ୍ଲର’, ମମତାମୟୀ ଚୌଧୁରୀଙ୍କ ‘ଫିନିକ୍ସ’, ଗୋପାଳକୃଷ୍ଣ ଆଚାର୍ଯ୍ୟଙ୍କ ‘ପ୍ରୀତି ଗୀତ’, ଦୀପକ ସାମନ୍ତରାୟଙ୍କ ‘ଶୋଷ’, ମହାଶ୍ୱେତା ସାହୁଙ୍କ ‘ଅନ୍ଧାରର ଇନ୍ଦ୍ରଧନୁ’, ‘ରକ୍ତ ଝୋଟି’ ରବୀନ୍ଦ୍ର କୁମାର ଦାସଙ୍କ ‘ଅଦୃଶ୍ୟା ତମ ପାଇଁ’, ଅର୍ପିତା ଦାସ ଓ ବିଜୟଲକ୍ଷ୍ମୀ ଦାଶଙ୍କ ‘କବିତାରେ ବିସ୍ଥାପନ’, ପ୍ରସନ୍ନ କୁମାର ସ୍ୱାଇଁଙ୍କ ‘ନିଜ ସହ ପାନିପଥ’, ନିଳିମା ନିବେଦିତାଙ୍କ ‘ ନୀଳ ନିରବତା’ ଏବଂ ଦୀପୁନ୍ ପୁହାଣଙ୍କ ‘ଅପାଦ ପ୍ରେମିକ’ ପୁସ୍ତକ ଉନ୍ମୋଚନ କରାଯାଇଥିଲା।
ଏ ସମ୍ପର୍କରେ ‘ସୃଜନ ଇଣ୍ଡିଆ’ର ସ୍ୱତ୍ତ୍ୱାଧିକାରୀ ହିମାଂଶୁ କୁମାର ମହାପାତ୍ର କହିଛନ୍ତି- ଏଭଳି ସାହିତ୍ୟ ସଭା ବର୍ଷକୁ ଅତି କମ୍ରେ ତିନି ଚାରିଥର ଆୟୋଜନ କରିବା ପାଇଁ ପ୍ରୟାସ କରାଯିବ। (ଦେଖନ୍ତୁ ଭିଡିଓ)
from Odisha Reporter https://ift.tt/2XpvByc
No comments:
Post a Comment