ପୁଣି ଲେଉଟିଲା ବାବାଙ୍କ ଯୌନଲୀଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ପୁଣି ଲେଉଟିଲା ବାବାଙ୍କ ଯୌନଲୀଳା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାବାଙ୍କ ଯୌନ କେଳେଙ୍କାରୀ ମାମଲା ପୁଣି ଲେଉଟିଛି! ରାତି ଅଧରେ ବନ୍ଦ କୋଠରୀରେ ଜଣେ ମହିଳାଙ୍କୁ ତ୍ରାହି ଅଚ୍ୟୁତ୍‌ ଆଶ୍ରମରେ ସୁରେନ୍ଦ୍ର ମିଶ୍ର ଓରଫ ସୁରବାବା ଯୌନ ନିର୍ଯାତନା ଦେଉଥିଲେ। ଏ ସମ୍ପର୍କରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ ବାବାଙ୍କ ଅନୁଗତ। ହେଲେ ନିର୍ଯାତନା ସୀମା ଟପିବାରୁ ପୀଡ଼ିତା ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।

ଅଭିଯୋଗ ଅନୁସାରେ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଜଣେ ମହିଳାଙ୍କ ସହ ବାଲିପାଟଣା ତ୍ରାହିଅଚ୍ୟୁତ ନଗରର ବାସିନ୍ଦା ଦୀପ ସୁନ୍ଦର ସ୍ୱାଇଁଙ୍କ ସହ ବିବାହ ପ୍ରସ୍ତାବ ପଡ଼ିଥିଲା। ଦୀପସୁନ୍ଦର ଓ ତାଙ୍କ ମାଆ ସଂପୃକ୍ତ ମହିଳାଙ୍କୁ ଗଞ୍ଜାମରୁ ନେଇ ତ୍ରାହି ଅଚ୍ୟୁତ ନଗରର ଏକ ଭଡ଼ା ଘରେ ରଖିଥିଲେ। ପରେ ସୁଯୋଗ ଦେଖି ପୂଜା ହେବା ବାହାନାରେ ଗତ ୨୪ ତାରିଖ ରାତିରେ ଦୀପସୁନ୍ଦରଙ୍କ ମାଆ ସେହି ମହିଳାଙ୍କୁ ତ୍ରାହି ଅଚ୍ୟୁତ ଆଶ୍ରମକୁ ନେଇଯାଇଥିଲେ। ସେଠାରେ ସୁର ବାବା ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।

ସେପଟେ ଅଭିଯୋଗକୁ ନେଇ ସୁର ବାବାଙ୍କ ପ୍ରତିକ୍ରିୟା ମିଳିପାରିନି।



from Odisha Reporter http://bit.ly/2GtUIdN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages