ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ବିରାଟ୍‌ କଲେ ଏହି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ବିରାଟ୍‌ କଲେ ଏହି ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ମାତ୍ର ୨୪ ରନ୍ କରିଥିଲେ, କିନ୍ତୁ ତାଙ୍କର ଏହି ସ୍କୋର ଅନ୍ତର୍ଜାତୀୟ ଟି-୨୦ରେ ଏକ ନୂଆ ରେକର୍ଡ ସ୍ଥାପନ କରିଛି।

ବିଶାଖାପଟ୍ଟନମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କୋହଲି ଯେତେବେଳେ ୧୨ ରନ୍ କରି ବ୍ୟାଟିଂ କରୁଥିଲେ, ସେହି ସମୟରେ ସେ କୌଣସି ଏକ ଟିମ୍ ବିରୋଧରେ ସର୍ବାଧିକ ରନ୍ (୫୧୨) ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହେବାର ଗୌରବ ହାସଲ କରିଥିଲେ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ସେ ୪୮୮ ରନ୍‌ କରିଥିଲେ।

ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ ମୁକାବିଲାରେ କୌଣସି ଏକ ଟିମ୍‌ ବିରୋଧରେ ସର୍ବାଧିକ ରନ୍ କରିବାରେ କୋହଲି ଶୀର୍ଷରେ ଅଛନ୍ତି। ଏହି ତାଲିକାରେ ନ୍ୟୁଜିଲ୍ୟାଣ୍ଡର ମାର୍ଟନ୍‌ ଗପ୍ଟିଲ୍‌ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗପ୍ଟିଲ୍ ପାକିସ୍ତାନ ବିପକ୍ଷରେ ୪୬୩ ରନ୍ କରିଛନ୍ତି। ତାଙ୍କ ବ୍ୟତୀତ ଆୟର୍ଲ୍ୟାଣ୍ଡର ପଲ୍ ଷ୍ଟର୍ଲିଙ୍ଗ୍ ଆଫଗାନିସ୍ତାନ ବିପକ୍ଷରେ ୪୬୧ ରନ୍ କରିଛନ୍ତି।

ଆଫଗାନିସ୍ତାନର ମହମ୍ମଦ ଶେହଜାଦ୍ ଆୟର୍ଲ୍ୟାଣ୍ଡ ବିପକ୍ଷରେ ୪୩୬ ରନ୍, ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ୍‌ ଇଂଲଣ୍ଡ ବିରୋଧରେ ୪୨୫ ରନ୍‌ କରିଛନ୍ତି।



from Odisha Reporter https://ift.tt/2GImTpp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages