ପାକ୍‌ ଡେପୁଟି ହାଇକମିଶନରଙ୍କୁ ସମନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ପାକ୍‌ ଡେପୁଟି ହାଇକମିଶନରଙ୍କୁ ସମନ୍‌

ନୂଆଦିଲ୍ଲୀ: ପାକିସ୍ତାନ ସେନା ଆତଙ୍କବାଦୀଙ୍କୁ ସମର୍ଥନ କରି ଭାରତୀୟ ବାୟୁସୀମାକୁ ଉଲ୍ଲଙ୍ଘନ କରିଛି। ପାକିସ୍ତାନର ଏକାଧିକ ଯୁଦ୍ଧ ବିମାନ ଭାରତୀୟ ସୀମାରେ ପ୍ରବେଶ କରିଥିବା ବେଳେ ଏଥି ମଧ୍ୟରୁ ଗୋଟିଏ ଏଫ୍‌-୧୬କୁ ଭାରତୀୟ ବାୟୁସେନା ଖସାଇ ଦେଇଛନ୍ତି।

ପାକିସ୍ତାନର ଏଭଳି ସୀମା ଉଲ୍ଲଙ୍ଘନକୁ ବିରୋଧ କରି ଆଜି ଭାରତ ସରକାର ପାକ୍‌ ଡେପୁଟି ହାଇକମିଶନରଙ୍କୁ ସମନ୍‌ କରିଛନ୍ତି। ଭାରତର ସମନ ପରେ ପାକ୍‌ର ଡେପୁଟି ହାଇକମିଶନର ସୟିଦ ହାଇଦର ଶାହ ଅପରାହ୍ନରେ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ହାଜର ହୋଇଛନ୍ତି। ସାଉଥ ବ୍ଲକରେ ଥିବା ବୈଦେଶିକ ମନ୍ତ୍ରଣାଳୟରେ ଶାହ ହାଜର ହେବା ପରେ ଭାରତ ନିଜର ପ୍ରତିବାଦ ତାଙ୍କୁ ଜଣାଇଛି।

ଏଥିସହ ପାକିସ୍ତାନ ଯେଉଁ ଭାରତୀୟ ବାୟୁସେନା ପାଇଲଟଙ୍କୁ ଗିରଫ କରିଛି ବୋଲି କହୁଛି, ସେ ସମ୍ପର୍କରେ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟ ଶାହଙ୍କ ସହ ଆଲୋଚନା କରିଛି।



from Odisha Reporter https://ift.tt/2TePZ5R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages