ଘରେ ପ୍ରସ୍ତୁତ କରନ୍ତୁ ଚଟ୍‌ପଟା ଚିଲ୍ଲି ଗାର୍ଲିକ୍‌ ପଟାଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ଘରେ ପ୍ରସ୍ତୁତ କରନ୍ତୁ ଚଟ୍‌ପଟା ଚିଲ୍ଲି ଗାର୍ଲିକ୍‌ ପଟାଟୋ

ଆବଶ୍ୟକ ସାମଗ୍ରୀ- ଆଳୁ, କର୍ଣ୍ଣଫ୍ଲୋର, ପିଆଜ ଷଣ୍ଢା, ଟମାଟୋ ସସ୍‌, ଭିନେଗାର, ଲୁଣ, ଲହୁଣୀ, ରସୁଣ, କଞ୍ଚା ଲଙ୍କା, ସୋୟା ସସ୍‌, ଗୋଲ ମରିଚ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ– ପ୍ରଥମେ ଆଳୁକୁ ଧୋଇ ଚୋପା ଛଡ଼ାଇ ଦିଅନ୍ତୁ। ଏହାକୁ ଆଙ୍ଗୁଠି ସାଇଜ୍‌ରେ କାଟି ଦିଅନ୍ତୁ। ମାଇକ୍ରୋୱେଭ୍‌ରେ ୧୦୦ ପାୱାରରେ ୮ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ସିଝାନ୍ତୁ। ଆଳୁ ସିଝିଗଲା ପରେ ଏହାକୁ ବାହାରକୁ ବାହାର କରି ଥଣ୍ଡା ହେବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଆଉ ଏକ ପାତ୍ରରେ ଲହୁଣୀ କିମ୍ବା ତେଲ ପକାଇ ୧୦୦ ପାୱାରରେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଗରମ କରନ୍ତୁ। ଏବେ ଏଥିରେ କଟା ରସୁଣ, ପିଆଜ ଷଣ୍ଢା, କଞ୍ଚା ଲଙ୍କା ପକାଇ ୨ ମିନିଟ୍‌ ଯାଏଁ ଗୋଳାନ୍ତୁ। ଏଥିରେ ଏବେ ସିଝା ଆଳୁ ପକାଇ ଭଲ ଭାବେ ମିଶାନ୍ତୁ। କର୍ଣ୍ଣ ଫ୍ଲୋରରେ ଅଧ କପ୍‌ ପାଣି ମିଶାଇ ଆଳୁରେ ପକାନ୍ତୁ। ଏଥିରେ ସୋୟା ସସ୍‌, ଟମାଟୋ ସସ୍‌, ଭିନେଗାର, ଖାଇବା ଉପଯୋଗୀ ରଙ୍ଗ, ଲୁଣ ଓ ଗୋଲମରିଚ ଗୁଣ୍ଡ ପକାନ୍ତୁ। ଏହାକୁ ଘୋଡ଼ାଇ ୩ରୁ ୪ ମିନିଟ୍‌ ମାଇକ୍ରୋୱେଭ୍‌ରେ ରଖନ୍ତୁ। ମଝିରେ ମଝିରେ ଏହାକୁ ଗୋଳାନ୍ତୁ। କିଛି ସମୟ ପରେ ବାହାରକୁ ବାହାର କରି ଗରମା ଗରମ ପରଷନ୍ତୁ। ଯଦି ଆପଣଙ୍କ ପାଖରେ ମାଇକ୍ରୋୱେଭ୍‌ ନାହିଁ ଗ୍ୟାସ୍‌ କିମ୍ବା ଚୂଲାରେ ମଧ୍ୟ ସମାନ ପଦ୍ଧତି ଅବଲମ୍ବନ କରି ଏହି ସ୍ୱାଦିଷ୍ଟ ଚଟପଟା ରେସିପି ପ୍ରସ୍ତୁତ କରିପାରିବେ।



from Odisha Reporter http://bit.ly/2TU6SzT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages