
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାରଙ୍କୁ ‘ଚାଷୀ’ ଭୟ ଡରାଉଛି। ଚାଷୀ ପରିବାରକୁ ‘କାଳିଆ’ ଯୋଜନା ଜରିଆରେ ସହାୟତା ଦେବାପରେ ମଧ୍ୟ ରାଜ୍ୟବ୍ୟାପୀ ବୃଦ୍ଧି ପାଉଥିବା ଚାଷୀ ଆକ୍ରୋଶ ସରକାରଙ୍କୁ ଚିନ୍ତାରେ ପକାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ‘କାଳିଆ’ ଯୋଜନାରେ ସବୁ ବର୍ଗର ଚାଷୀଙ୍କୁ ସହାୟତା ଦେବା ପାଇଁ ୩ବର୍ଷ ମଧ୍ୟରେ ୧୦ହଜାର କୋଟି ଟଙ୍କା ବ୍ୟୟ କରିବା ନିମନ୍ତେ ଘୋଷଣା କରିଥିଲେ ମଧ୍ୟ ରାଜ୍ୟରେ ସଂଗଠିତ ହେଉଥିବା ଚାଷୀ ଆନ୍ଦୋଳନ କ୍ଷମତାସୀନ ବିଜେଡି ସରକାରକୁ ଭୟଭୀତ କରାଇଛି। ଯେଉଁଥିପାଇଁ ଚାଷୀ ଭୋଟରଙ୍କୁ ଆକୃଷ୍ଟ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ଲୋଭନୀୟ ଯୋଜନା ଘୋଷଣା କରିଛନ୍ତି। ସରକାରୀ କଲେଜରେ ମେରିଟ୍ ଆଧାରରେ ନାଁ ଲେଖାଇଥିବା ଚାଷୀ ପରିବାରର ପିଲାଙ୍କୁ ଉଚ୍ଚଶିକ୍ଷା ପାଇଁ ‘କାଳିଆ ଛାତ୍ରବୃତ୍ତି’ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଆଜି କେନ୍ଦୁଝରରେ ଆୟୋଜିତ ଚାଷୀ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ସରକାରର କାଳିଆ ଯୋଜନାକୁ ଏବେ ସାରା ଭାରତରେ ଚାଷୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ କରାଯାଉଛି ବୋଲି କହିଛନ୍ତି। ଚାଷୀଙ୍କ ଭବିଷ୍ୟତ ସେମାନଙ୍କ ପିଲାମାନଙ୍କ ଉନ୍ନତି ଉପରେ ନିର୍ଭର କରୁଛି। ଚାଷୀ ପରିବାରର ପିଲା ଡାକ୍ତର, ଇଞ୍ଜିନିୟର, ମ୍ୟାନେଜର, ଆଇନଜ୍ଞ ଆଦି ବୃତ୍ତିଧାରୀ ହୁଅନ୍ତୁ। ସେଥିପାଇଁ ଚାଷୀ ପରିବାର ନିମନ୍ତେ ‘କାଳିଆ ଛାତ୍ରବୃତ୍ତି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ମେରିଟ୍ ଆଧାରରେ ସରକାରୀ ପ୍ରଫେସନାଲ କଲେଜରେ ନାଁ ଲେଖାଇଥିବା ଚାଷୀ ପରିବାରର ପିଲାମାନଙ୍କ ଉଚ୍ଚଶିକ୍ଷା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି।
ରାଜ୍ୟବ୍ୟାପୀ ଚାଷୀ ଆକ୍ରୋଶ ବୃଦ୍ଧି ଓ ଭୋଟ ରାଜନୀତିରେ ଚାଷୀଙ୍କୁ ଅଣଦେଖା ମହଙ୍ଗା ପଡ଼ିବାର ଆଶଙ୍କା କରି ରାଜ୍ୟ ସରକାର ଏବେ ଚାଷୀ ତୁଷ୍ଟିକରଣ ମୁଡରେ ଥିବା ଚର୍ଚ୍ଚା ହେଉଛି।
from Odisha Reporter http://bit.ly/2D3re2m
No comments:
Post a Comment