ଷ୍ଟାଚ୍ୟୁ ଅଫ୍ ୟୁନିଟିର ସୁରକ୍ଷା ବଢ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 18, 2019

ଷ୍ଟାଚ୍ୟୁ ଅଫ୍ ୟୁନିଟିର ସୁରକ୍ଷା ବଢ଼ିଲା

statue

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପୁଲୱାମାରେ ସିଆରପିଏଫ୍‌ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିବା ପରେ ଆତଙ୍କବାଦୀମାନେ ଗୁଜରାଟରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଦେଶର ଗୁଇନ୍ଦା ସଂସ୍ଥାଗୁଡ଼ିକ ଜାଣିବାକୁ ପାଇଛନ୍ତି। ଏନେଇ ଗୁଜରାଟ ପୁଲିସ୍‌କୁ ସୂଚନା ଦିଆଯାଇଛି।

ଏହି ସୂଚନା ପାଇବା ପରେ ଗୁଜରାଟ ପୁଲିସ୍ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି। ରାଜ୍ୟର ସମସ୍ତ ରେଳ ଷ୍ଟେସନ, ଉପକୂଳବର୍ତ୍ତୀ ଅଞ୍ଚଳ ଓ ବିଭିନ୍ନ ଧାର୍ମିକ ସ୍ଥଳୀରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଆତଙ୍କବାଦୀମାନେ ନବନିର୍ମିତ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ବି ଟାର୍ଗେଟ୍ କରି ପାରନ୍ତି ବୋଲି ଗୁଇନ୍ଦା ସୂଚନା ରହିଛି। ସେହି ଅନୁସାରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଥିବା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ହମ୍‌ଲା ପରେ ଦେଶର ପ୍ରମୁଖ ସହରଗୁଡ଼ିକରେ ଆଲର୍ଟ ଜାରି କରାଯାଇଥିଲା। ଏ ଘଟଣାରେ ୪୦ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଥିଲେ।



from Odisha Reporter http://bit.ly/2GxfBoj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages