ନାଗରିକତ୍ୱ ବିଲ୍‌କୁ ନେଇ ଅପପ୍ରଚାର କରାଯାଉଛି: ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

ନାଗରିକତ୍ୱ ବିଲ୍‌କୁ ନେଇ ଅପପ୍ରଚାର କରାଯାଉଛି: ମୋଦି

ଗୁଆହାଟୀ: ସିଟିଜେନ୍‌ଶିପ୍‌ ସଂଶୋଧନ ବିଲ ବା ନାଗରିକତ୍ୱ ସଂଶୋଧନ ବିଲ୍‌ ୨୦୧୬କୁ ନେଇ ସମଗ୍ର ଉତ୍ତର-ପୂର୍ବ ଭାରତରେ ତମ୍ବି ତୋଫାନ୍‌ ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ଏଥିରୁ ବାଦ୍‌ ପଡ଼ିନି। ଏହି ପ୍ରସଙ୍ଗକୁ ନେଇ କିଛି ସଂଗଠନ ଆସାମରେ ମୋଦିଙ୍କୁ ବିରୋଧ କରିବା ପରେ ମୋଦି ଏହାର ଜବାବ ରଖିଛନ୍ତି। ଏହି ବିଲ୍‌କୁ ନେଇ ଅପପ୍ରଚାର କରାଯାଇଛି ବୋଲି ମୋଦି ଅଭିଯୋଗ ଆଣିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଆସାମ ଏବଂ ସମଗ୍ର ଭାରତ ବର୍ଷରେ ଅନୁପ୍ରବେଶକାରୀଙ୍କ ସ୍ଥାନ ନାହିଁ। ବିଭିନ୍ନ ବାଧା ଓ ପ୍ରତିରୋଧ ସତ୍ତ୍ୱେ ସମଗ୍ର ଉତ୍ତରପୂର୍ବର ଅଧିକାର ଏବଂ ସ୍ୱାର୍ଥର ସୁରକ୍ଷା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ।

ସେ ଅଭିଯୋଗ ଆଣିଛନ୍ତି, ଯେଉଁମାନେ ଦେଶକୁ ନଷ୍ଟ କରିଛନ୍ତି, ଆସାମକୁ ଧୋକା ଦେଇଛନ୍ତି, ସେମାନେ ହିଁ ଏହି ବିଲ୍‌ ବାବଦରେ ଅପପ୍ରଚାର କରିଛନ୍ତି। ସେ କହିଛନ୍ତି, “ଦିଲ୍ଲୀରେ ଏସି ରୁମ୍‌ରେ ବସି ଆମ ସହିତ ସଂସଦରେ ଲଢ଼ୁଥିବା ଲୋକେ ହିଁ ଆସାମ ଚୁକ୍ତି ବିରୋଧରେ ଏଭଳି ଅପପ୍ରଚାର କରୁଛନ୍ତି। କିନ୍ତୁ ଆସାମ ଏବଂ ସମଗ୍ର ଉତ୍ତରପୂର୍ବ ଭାରତର ସଂସ୍କୃତି ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବିଜେପି ସରକାରର ପ୍ରତିବଦ୍ଧତା ବଜାୟ ରହିବ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସାମ ଚୁକ୍ତିକୁ ଲାଗୁ କରିବାପାଇଁ ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଛି। ଖୁବ୍‌ ଶୀଘ୍ର ରାଜ୍ୟସଭାରେ ଆଗତ ହେବାକୁ ଥିବା ଏହି ବିଲ୍‌ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟ କିମ୍ବା ଅଞ୍ଚଳରେ ସୀମିତ ନୁହେଁ, ବରଂ ଏହା ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।



from Odisha Reporter http://bit.ly/2HXjtR8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages