ଶେଲଡନ୍‌ ଓ ହେଟ୍‌ମାୟର୍‌ ଦେଲେ ଇଣ୍ଡିଜକୁ ବିଜୟ, ସିରିଜ୍‌ ୧-୧ରେ ବରାବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ଶେଲଡନ୍‌ ଓ ହେଟ୍‌ମାୟର୍‌ ଦେଲେ ଇଣ୍ଡିଜକୁ ବିଜୟ, ସିରିଜ୍‌ ୧-୧ରେ ବରାବର

ବାରବୋଡସ୍‌: ଶେଲଡନ କୋଟ୍ଟରେଲଙ୍କ ଘାତକ ବୋଲିଂ ଓ ୨୧ ବର୍ଷୀୟ ବାମହାତୀ ଯୁବ ତାରକା ଶିମରନ୍‌ ହେଟମାୟରଙ୍କ ବିସ୍ଫୋରକ ଶତକ ବଳରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ପ୍ରତିପକ୍ଷ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ଜିତି ନେଇଛି। ଇଣ୍ଡିଜ୍‌ ଟିମ୍‌ ଇଂଲଣ୍ଡକୁ ଦ୍ୱିତୀୟ ଦିନିକିଆରେ ୨୬ ରନ୍‌ରେ ପରାସ୍ତ କରିବା ସହ ଏବେ ୫ ଟିକିଆ ଦିନିକିଆ ସିରିଜ୍‌ ୧-୧ରେ ବରାବର ହୋଇଯାଇଛି।

ଶେଲଡନ୍‌ ନିଜର କମ୍‌ ବ୍ୟାକ୍‌ ମ୍ୟାଚ୍‌ରେ ୫ଟି ୱିକେଟ୍‌ ଦଖଲ କରିବା ସହ ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବାମହାତୀ ଦ୍ରୁତ ବୋଲର ଶେଲଡନ୍‌ ଏହି ମ୍ୟାଚ୍‌ରେ ୪୬ ରନ୍‌ ଦେଇଛନ୍ତି। ପ୍ରଥମ ଦିନିକିଆକୁ ଇଂଲଣ୍ଡ ୬ ୱିକେଟ୍‌ରେ ରେକର୍ଡ ଚେଜ୍‌ ସହ ଜିତିଥିଲା।

ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ମ୍ୟାଚ୍‌ ଭଳି ଇଣ୍ଡିଜ୍‌ ଟିମ୍‌ ଦ୍ୱିତୀୟ ଦିନିକିଆରେ ମଧ୍ୟ ଭଲ ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍‌ ପାଇଁ କ୍ରିସ୍‌ ଗେଲ ଓ ଜନ୍‌ କ୍ୟାମ୍ପବେଲ ୬୧ ରନ୍‌ ଯୋଡ଼ିଥିଲେ। ଏହି ସମୟରେ ୨୩ ରନ୍‌ କରିଥିବା ଜନ୍‌ଙ୍କୁ ଲିଆମ ପ୍ଲଙ୍କେଟ୍ ଆଉଟ୍ କରି ଘରୋଇ ଦଳକୁ ପ୍ରଥମ ଝଟକା ଦେଇଥିଲେ।

ଏହାପରେ ଅର୍ଦ୍ଧଶତକ କରିଥିବା ଗେଲ୍‌ଙ୍କୁ ଆଦିଲ ରଶିଦ ବୋଲ୍ଡ କରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ତେବେ ୫ ନଂ ସ୍ଥାନରେ ଆସିଥିବା ହେଟମାୟର ଜବରଦସ୍ତ ଇନିଂସ୍ ଖେଳିଥିଲେ। ସେ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବା ସହ ଦଳୀୟ ସ୍କୋରକୁ ୨୫୦ ଅତିକ୍ରମ କରାଇଥିଲେ।

ଏଥିରେ ତାଙ୍କୁ ପ୍ରଥମେ ଶାଇ ହୋପ(୩୩) ଓ ଡାରେନ୍‌ ବ୍ରାଭୋ(୨୫) ଭରୂପର ସହଯୋଗ କରିଥିଲେ। ଅଧିନାୟକ ଜେସନ ହୋଲ୍ଡର ଓ କାର୍ଲୋସ ବ୍ରାଥୱେଟ ବେଶୀ ସମୟ କ୍ରିଜ୍‌ରେ ତିଷ୍ଟ ପାରି ନଥିଲେ ହେଁ ହେଟମାୟର ଶେଷ ପର୍ଯ୍ୟନ୍ତ ନଟ ଆଉଟ୍ ରହିଥିଲେ।

ସେ ୮୩ଟି ବଲ୍‌ରେ ୧୦୪ ରନ୍‌ର ଇନିଂସ୍ ଖେଳିଛନ୍ତି। ଏହି ଇନିଂସ୍‌ରେ ସେ ୭ଟି ଚୌକା ଓ ୪ଟି ଛକା ମାରିଥିଲେ। ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭର୍‌ରେ ୬ ୱିକେଟ୍‌ ହରାଇ ୨୮୯ ରନ୍‌ କରିଥିଲା।

୨୯୦ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ପାଇଥିବା ବିଶ୍ୱର ୧ ନଂ ଦିନିକିଆ ଟିମ୍‌ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପନର ଜନ୍ନି ବେୟାରଷ୍ଟୋ ପ୍ରଥମ ବଲ୍‌ରେ ହିଁ ଖାତା ଖୋଳିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ଗତ ମ୍ୟାଚ୍‌ରେ ବିସ୍ଫୋରକ ଶତକୀୟ ଇନିଂସ୍‌ ଖେଳିଥିବା ଜେସନ ରୟ ମାତ୍ର ୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଉଭୟଙ୍କ ଶେଲଡନ ହିଁ ଆଉଟ୍‌ କରିଥିଲେ।

କିଛି ସମୟ ପାଇଁ ଜୋ ରୁଟ୍‌ ଓ ଅଧିନାୟକ ଇଅନ୍‌ ମୋର୍ଗାନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବଡ଼ ସ୍କୋର କରିବା ପୂର୍ବରୁ ରୁଟ୍‌(୩୬) ଓସେନ୍‌ ଥୋମାସ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ ମୋର୍ଗାନ(୭୦) ଓ ବେନ୍‌ ଷ୍ଟୋକ୍ସ(୭୯) ଦଳକୁ ବିଜୟ ଆଡ଼କୁ ନେଇଥିଲା। ଏହି ଯୋଡ଼ିଙ୍କୁ ଶେଲଡନ୍‌ ଭାଙ୍ଗି ଦେଇଥିଲେ। ସେ ମୋର୍ଗାନଙ୍କୁ ଆଉଟ୍‌ କରି ଦେଇଥିଲେ।

ଜେସନ ହୋଲ୍ଡର ଷ୍ଟୋକ୍ସଙ୍କୁ ଆଉଟ୍‌ କରି ଇଂଲଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ବଟଲର ୩୪ ରନ୍‌ କରିଥିବା ବେଳେ ନିମ୍ନ କ୍ରମରେ ଆଉ କୌଣସି ବ୍ୟାଟସ୍‌ମ୍ୟାନ୍‌ ଇଣ୍ଡିଜ୍‌ ବୋଲରଙ୍କୁ ସାମ୍ନା କରିପାରି ନଥିଲେ। ଶେଷରେ ଇଂଲଣ୍ଡ ୪୭.୩ ଓଭର୍‌ରେ ୨୬୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଫଳରେ ଇଣ୍ଡିଜ୍ ୨୬ ରନ୍‌ରେ ମ୍ୟାଚ୍‌ଟିକୁ ଜିତି ନେଇଥିଲା।

ଇଣ୍ଡିଜ୍ ପକ୍ଷରୁ ଶେଲଡନ୍ ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ହୋଲ୍ଡର ୩ଟି, ଓସେନ ଥୋମାସ ଓ ବ୍ରାଥୱେଟ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।



from Odisha Reporter https://ift.tt/2BQY6eK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages