
ଭଦ୍ରକ (ତପନ ସ୍ୱାଇଁ): ଚୋରା ମଦ ବିକ୍ରି କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଯୁବକ ଜଣଙ୍କୁ ଧରିବା ପରେ ଗଛରେ ବାନ୍ଧି ପକାଇଛନ୍ତି ମହିଳା। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବଂଶଡା ଥାନା ଚରଦିଆ ବଜାରରେ।
ଅଭିଯୋଗ ଅନୁସାରେ, କିଛିମାସ ହେବ ଗାଁରେ କେତେଜଣ ଯୁବକ ବେଆଇନ ଭାବେ ଦେଶୀ ମଦ ବିକ୍ରି କରିଆସୁଥିଲେ। ବାରମ୍ବାର ଅଭିଯୋଗ ପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିଲା। ଯାହାକୁ ନେଇ ଗାଁରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା। ଆଜି ଯୁବକ ଜଣକ ଏକ ପେଟିରେ ମଦ ନେଇ ଆସୁଥିବା ବେଳେ ଗାଁର ମହିଳା ଉତ୍ତେଜିତ ହୋଇ ସମ୍ପୃକ୍ତ ଯୁବକଙ୍କୁ ଗଛରେ ବାନ୍ଧି ପକାଇଥିଲେ। ଖବର ପାଇ ବଂଶଡା ପୁଲିସ୍ ଗାଁରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା।
from Odisha Reporter http://bit.ly/2DrRx2d
No comments:
Post a Comment