ଜଣେ ଆତଙ୍କବାଦୀ ନିପାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଜଣେ ଆତଙ୍କବାଦୀ ନିପାତ

kasmiri

ଶ୍ରୀନଗର: ପୁଲୱାମା ଆତଙ୍କୀ ଆକ୍ରମଣ ପରେ ଭାରତୀୟ ଯବାନ କଶ୍ମିରୀ ଘାଟିରୁ ଆତଙ୍କବାଦୀ ନିପାତ ଅଭିଯାନ ଆରମ୍ଭ କରିଛନ୍ତି। ଏହାର ନାଁ ‘ଅପରେସନ-୬୦’ ରଖାଯାଇଛି। ଏହି ଅପରେସନ ଅଭିଯାନ ଜରିଆରେ ଆଜି ଜଣେ ଆତଙ୍କବାଦୀକୁ ଭାରତୀୟ ଯବାନ ମାରିବାକୁ ସକ୍ଷମ ହୋଇଛନ୍ତି। ବାରାମୂଲା ଜିଲ୍ଲାର ୱାରପୋରା କ୍ଷେତ୍ରର ସୋପୋର ଅଞ୍ଚଳରେ ଯବାନ ଉକ୍ତ ଆତଙ୍କବାଦୀକୁ ଏନ୍‌କାଉଣ୍ଟର କରାଯାଇଛି।

ଏବେ ବି ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି।

ଯବାନମାନେ ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଗୁଳି ମାଡ଼ର ଶବ୍ଦ ଶୁଣିଥିଲେ। ଏହାପରେ ପୂରା ଅଞ୍ଚଳକୁ ସିଲ୍‌ କରିଦିଆଯାଇଥିଲା।

ସୂଚନା ଅନୁସାରେ, ଘାଟି ଅଞ୍ଚଳରେ ସେନା ଆରମ୍ଭ କରିଥିବା ଅପରେସନରେ ୬୦ ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଇଛି। ଏଥିରେ ୩୫ ଜଣ ପାକିସ୍ତାନୀ ଆତଙ୍କବାଦୀ ଅଛନ୍ତି। ଏହା ପୂର୍ବରୁ ସେନା ‘ଅପରେସନ-୨୫’ ଆରମ୍ଭ କରିଥିଲା। ଏଥିରେ ଗାଜି ରାଶିଦକୁ ମାରିବାରେ ସେନା ସଫଳ ହୋଇଥିଲା।



from Odisha Reporter https://ift.tt/2U9vpAM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages