ବିଜେଡିକୁ ମହିଳା କାର୍ଡ ଅଡୁଆ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ବିଜେଡିକୁ ମହିଳା କାର୍ଡ ଅଡୁଆ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ଚୟନ ବିଜେଡି ପାଇଁ ଚିନ୍ତାର ବିଷୟ ପାଲଟି ଥିବା ବେଳେ ଏହାକୁ ଆହୁରି ବଢ଼ାଇ ଦେଇଛି ଦଳର ମହିଳା କାର୍ଡ। ମହିଳାଙ୍କ ପାଇଁ  ୩୩ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳି ସାରିଥିବା ବିଜେଡି, ଟିକେଟ୍ ବଣ୍ଟନ କ୍ଷେତ୍ରରେ ଖୋଦ୍ ନିଜେ କେତେ ଦୂର ଏହାକୁ କାର୍ଯ୍ୟକାରୀ କରିପାରିବ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। ଦଳରୁ ମିଳିଥିବା ସୂଚନା ଅନୁସାରେ ଆଇନ ଲାଗୁ ହୋଇନଥିବାରୁ ପ୍ରାୟ ୨୧ରୁ ୨୫ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଦଳ କରସତ୍ ଆରମ୍ଭ କରିଛି।

ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳଙ୍କୁ ଭେଟି ସମର୍ଥନ ଯୋଗାଡ଼ ପାଇଁ ବିଜେଡି ଜୋରଦାର ପ୍ରୟାସ କରିଛି। ହେଲେ ଏହି ଫର୍ମୁଲାକୁ ଦଳ ନିଜେ ଆଗାମୀ ନିର୍ବାଚନରେ ଲାଗୁ କରିବ କି ? ବିଧାନସଭା ନିର୍ବାଚନରେ ୩୩ ପ୍ରତିଶତ ହିସାବରେ ୪୯ ଜଣ ମହିଳାଙ୍କୁ ଟିକେଟ୍ ଦେବ ନା ନୂଆ ଫର୍ମୁଲା ଆପଣାଇବ ? ପଲିଟିକାଲ୍ ମାଇଲେଜ୍ ପାଇଁ ନିଜେ ଖେଳିଥିବା ଗେମ୍‌ରେ ଏବେ ଦଳ ଫସିବାକୁ ଯାଉଥିବା ଚର୍ଚ୍ଚା ହେଉଛି।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୪୯ ଆସନ ନହେଲେ ବି ୨୧ରୁ ୨୫ଟି ସିଟ୍‌ରେ ମହିଳାଙ୍କୁ ଟିକେଟ୍ ଦେଇପାରେ ଦଳ। ଗୋଟିଏ ସଂସଦୀୟ କ୍ଷେତ୍ରରେ କମ୍ ସେ କମ୍ ଗୋଟିଏ ବିଧାନସଭା ଆସନରେ ମହିଳା ପ୍ରାର୍ଥୀ ଦେବା ପାଇଁ ଦଳ ଚିନ୍ତା କରୁଥିବା କୁହଯାଉଛି। ଆଗାମୀ ନିର୍ବାଚନରେ ମହିଳା ଭୋଟ୍ ନିର୍ଣ୍ଣାୟକ ହେବେ ବୋଲି ଆଶଙ୍କା କରି ବିଜେଡି ଏହି କାର୍ଡ ଖେଳିବାକୁ ଯାଉଛି। ଏହି କ୍ରମରେ ସାରା ରାଜ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ରାଜ୍ୟ ସରକାର ସମ୍ମିଳନୀ ମଧ୍ୟ କରୁଛନ୍ତି।

୨୦୧୪ ନିର୍ବାଚନରେ ବିଜେଡି ୧୪ ଜଣ ମହିଳାଙ୍କୁ ଟିକେଟ୍ ଦେଇଥିବା ବେଳେ ବିଜୟୀ ହୋଇଥିଲେ ୧୦ ଜଣ। ଠିକ୍ ସେହିପରି ବିଜେପି ୧୦ ଜଣ ମହିଳାଙ୍କୁ ଟିକେଟ୍ ଦେଇଥିବା ବେଳେ ଏକମାତ୍ର ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡା ବିଜୟୀ ହୋଇଥିଲେ। କଂଗ୍ରେସ୍ ୮ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ କେହି ବି ଜିତି ପାରିନଥିଲେ।

ସେପଟେ ବିଜେଡିର ୩୩ ପ୍ରତିଶତ ସଂରକ୍ଷଣ କାର୍ଡକୁ ନେଇ ବିରୋଧୀ କଡା ସମାଲୋଚନା କରିଛନ୍ତି। ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କହିଛନ୍ତି, “ବିଜେଡିର ଏ ହେଉଛି ନିର୍ବାଚନୀ ଚାଲ୍‌। ଏମିତି ଚାଲ୍‌ ଖେଳି ୧୮ ବର୍ଷ ହେଲା ନବୀନ ପଟ୍ଟନାୟକ ରହିଛନ୍ତି। ସେ ପ୍ରଥମେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ୍‌ ଦେଇ ନଜିର ସୃଷ୍ଟି କରନ୍ତୁ। ଆମ ଦଳ ମହିଳାଙ୍କୁ ଅଗ୍ରାଧିକାର ନିଶ୍ଚିତ ଦେବ, ଏଥିରେ ଚିନ୍ତା କରିବାର ନାହିଁ।”

ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, “ନିଜ ଦଳରେ ପ୍ରଥମେ ୩୩ ପ୍ରତିଶତ ସଂରକ୍ଷଣ କରି ମହିଳାଙ୍କୁ ସ୍ଥାନ ଦିଅନ୍ତୁ, ତା’ପରେ କଥା କହିବେ। ମହିଳାଙ୍କୁ ଟିକେ ସମ୍ମାନ ଦେଇପାରି ନାହାନ୍ତି। ସେ ପୁଣି କହୁଛନ୍ତି, ୩୩ ପ୍ରତିଶତ ସଂରକ୍ଷଣ କଥା। ଖାଲି କହିଦେଲେ ହେବ ନାହିଁ, ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ରକ୍ଷା କରିବାକୁ ପଡ଼ିଥାଏ।”



from Odisha Reporter http://bit.ly/2Byj3ez

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages