କର୍କଟ ରୋଗରେ ସଂଘର୍ଷ କରୁଥିବା ବେଳେ ସୋନାଲିଙ୍କୁ ଭରସା ଦେଇଥିଲା ରଣବୀର୍‌ଙ୍କ ଏହି ଗୀତଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

କର୍କଟ ରୋଗରେ ସଂଘର୍ଷ କରୁଥିବା ବେଳେ ସୋନାଲିଙ୍କୁ ଭରସା ଦେଇଥିଲା ରଣବୀର୍‌ଙ୍କ ଏହି ଗୀତଟି

ମୁମ୍ବାଇ: ମୁମ୍ବାଇ ଫେରିବା ପରେ କୌଣସି ନା କୌଣସି କାରଣରୁ ସୋନାଲି ବେନ୍ଦ୍ରେ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ହେବ ସେ ନ୍ୟୁୟର୍କରେ କର୍କଟ ରୋଗର ଚିକିତ୍ସା କରାଇ ଫେରିଛନ୍ତି। ଯାହାର ସୂଚନା ସେ ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଦେଇଥିଲେ। ଜୀବନର ଏତେ କଠିନ ସମୟ ଦେଇ ଗତି କରିବା ପରେ ସେ ଏବେ ପୁଣି ଥରେ ନୂଆ ଜୀବନ ପାଇଛନ୍ତି। ଖୁବ୍‌ ଶୀଘ୍ର ସେ ପରଦାକୁ ମଧ୍ୟ ଫେରୁଛନ୍ତି ବୋଲି ମଧ୍ୟ ସୂଚନା ଦେଇଛନ୍ତି। ତେବେ କର୍କଟ ରୋଗରେ ପୀଡ଼ିତ ହୋଇ ନ୍ୟୁୟର୍କରେ ଚିକିତ୍ସାଧୀନ ଥିବା ବେଳେ ଅଭିନେତା ରଣବୀର ସିଂହଙ୍କ ଗୀତ ତାଙ୍କୁ ଅନେକ ସାହାଯ୍ୟ କରିଥିଲା ବୋଲି ସୋନାଲି କହିଛନ୍ତି ।

ହେଲେ କେମିତି ?

ଏହି କଥା ଆପଣ ଭାବୁଥିବେ।

ତାଙ୍କ କହିବା ଅନୁଯାୟୀ, “କର୍କଟ ରୋଗରେ କେମୋ ନେଉଥିବାରୁ ମୋତେ କେଶ କାଟିବାକୁ ପଡ଼ିଲା । ଲଣ୍ଡା ହେବା ପରେ ମୁଁ ମୋ ମୁଣ୍ଡରେ ସବୁ ବେଳେ ହାତ ମାରୁଥାଏ। ଏହା ଦେଖି ମୋତେ ଦେଖା କରିବା ପାଇଁ ଆସୁଥିବା ମୋର ବନ୍ଧୁ ଆଶ୍ଚର୍ଯ୍ୟ ହେବା ସହ ଏହା କ’ଣ କରୁଛ ବୋଲି କୁହନ୍ତି। ଆଉ ମୁଁ ହସିହସି କୁହେ, ରାମ୍‌ଲୀଲାରେ ରଣବୀର ସିଂହଙ୍କ ତତଡ୍‌ ତତଡ୍‌ ଗୀତକୁ ଅନୁସରଣ କରୁଛି ବୋଲି।”

ପଢିଲେ ତ, କେମିତି ଗୋଟିଏ ଗୀତ ଏତେ ବଡ଼ ଦୁଃଖର ସମୟରେ ହସିହସି କଟାଇ ଦେବାରେ ସାହାର୍ଯ୍ୟ କଲା। ଆମେ ଏ କଥା ପଢିବା ପରେ ସାବାସି ଦେବୁ ସୋନାଲୀଙ୍କୁ। ସତରେ ସେ ବଡ଼ ଧୌର୍ଯ୍ୟଶୀଳ।

ସୂଚନା ଅନୁଯାୟୀ, ସୋନାଲୀ ନିକଟରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଫଟୋ ଶେଆର କରିଥିଲେ। ଯେଉଁଥିରେ ସେ ଖୁବ୍‌ ଖୁସି ଥିବା ନଜର ଆସୁଥିଲେ। ଏହି ପୋଷ୍ଟ ମାଧ୍ୟମରେ ସୋନାଲୀ ମୁମ୍ବାଇ ଫେରିବାର ସୂଚନା ଦେଇଥିଲେ ଏବଂ ସେ ପୁଣି ଥରେ ପରଦାକୁ ଫେରିବେ ବୋଲି ଲେଖିଥିଲେ। ଏସବୁ ଖୁସିକୁ ସେ ଶବ୍ଦରେ ବୟାନ୍‌ କରିପାରୁନାହାନ୍ତି ବୋଲି ମଧ୍ୟ ସେ ଜଣାଇଥିଲେ।

 



from Odisha Reporter http://bit.ly/2DoKGa6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages