ବଲିଉଡ୍‌ରେ ଡେବ୍ୟୁ କରିବେ ଗୋବିନ୍ଦାଙ୍କ ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ବଲିଉଡ୍‌ରେ ଡେବ୍ୟୁ କରିବେ ଗୋବିନ୍ଦାଙ୍କ ପୁଅ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବଲିଉଡ୍‌ରେ ବର୍ତ୍ତମାନ ଷ୍ଟାର୍‌ କିଡ୍‌ସଙ୍କ ଏଣ୍ଟ୍ରି ଜବରଦସ୍ତ ହେଉଛି । ଜାହ୍ନବୀ କପୁର୍‌, ସାରା ଅଲ୍ଲୀ ଖାନ୍‌ଙ୍କ ପରେ ଏବେ ହିନ୍ଦୀ ସିନେମାର ହିରୋ ନମ୍ୱର-୧ ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ୍‌ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।

ରିପୋର୍ଟ ଅନୁସାରେ, ୟଶବର୍ଦ୍ଧନ୍‌ ବଲିଉଡ୍‌କୁ ଆସିବା ପାଇଁ ବର୍ତ୍ତମାନ ଟ୍ରେନିଂ ନେଉଛନ୍ତି। ସେ ତାଙ୍କର ଡେବ୍ୟୁ ଫିଲ୍ମକୁ ସକ୍ସେସ୍‌ଫୁଲ୍‌ କରିବା ପାଇଁ ଚାହୁଁଛନ୍ତି। ଏହା ସହିତ ୟଶବର୍ଦ୍ଧନ୍‌ ସୋଶାଲ ମିଡିଆରେ ମଧ୍ୟ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ୟଶ୍‌ଙ୍କ ପୂର୍ବରୁ ତାଙ୍କ ଭଉଣୀ ନର୍ମଦା ବଲିଉଡ୍‌ରେ ଡେବ୍ୟୁ କରି ସାରିଥିଲେ ମଧ୍ୟ ସଫଳତା ମିଳିପାରିନାହିଁ। ଏଣୁ ୟଶ୍‌ଙ୍କ ପାଇଁ ଏହା ଚ୍ୟାଲେଞ୍ଜିଙ୍ଗ୍‌ ହେବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ନର୍ମଦା ତାଙ୍କ ନାମ ବଦଳାଇ ଟିନା ଆହୁଜା ରଖିଥିଲେ। ୨୦୧୫ରେ ଟିନା ‘ସେକେଣ୍ଡ୍‌ ହ୍ୟାଣ୍ଡ୍‌ ହସ୍‌ବେଣ୍ଡ୍‌’ ଫିଲ୍ମ ଜରିଆରେ ଏଣ୍ଟ୍ରି କରିଥିଲେ। ଏହି ଫିଲ୍ମ କରିବା ପାଇଁ ଟିନା ଅନେକ ବଡ଼ ଫିଲ୍ମର ଅଫର୍‌କୁ ମନା କରି ଦେଇଥିଲେ। କିନ୍ତୁ ବଲିଉଡ୍‌ରେ ଅସଫଳ ହେବା ପରେ ଟିନା ପଞ୍ଜାବୀ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଛନ୍ତି।

 



from Odisha Reporter http://bit.ly/2D9TT62

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages